ଭାଇରାଲ୍‌ ଭିଡିଓ: ଆପଣ କେତେକ ସ୍ଥାନରେ ଦେଖିଥିବେ ଯେ କିଛି ଦୋକାନୀ ଗ୍ରାହକଙ୍କୁ ନିଜ ଦୋକାନ ଆଡ଼େ ଆକୃଷ୍ଟ କରାଇବାକୁ ନାନା କୌଶଳ ଆପଣେଇ ଥାଆନ୍ତି। କିଛି ଦୋକାନୀ ମଜାଦାର କାମ କରି ଗ୍ରାହକଙ୍କ ଧ୍ୟାନ ନିଜ ଆଡ଼କୁ ନେଇଥାନ୍ତି। ତାହାର ଏକ ଉଦାହରଣ ଏବେ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଛି। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଏକ ଏପରି ଭିଡିଓ, ଯେଉଁଥିରେ ଜଣେ ବ୍ୟକ୍ତି ଲେମ୍ବୁ ପାଣି ବିକ୍ରି କରୁଛନ୍ତି। ସେ ‌ଯେଉଁ ଭଳି ଭାବେ ଢଗ ପକାଇ ପକାଇ ମଜାକିଆ ଅନ୍ଦାଜରେ ଲେମ୍ବୁପାଣି ବିକୁଛନ୍ତି ତାହା ଗ୍ରା‌ହକଙ୍କ ମନ ମୋହୁଛି।

Advertisment

ଏହାକୁ ଗୌରଭ ସାଗର ନାମକ ଜଣେ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀ ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ସେୟାର କରିବା ପରେ ଭିଡିଓଟି ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭୁବନ ବାଦ୍ୟକରଙ୍କ କଚା ବାଦାମ ଭିଡିଓ ପରେ ଏହି ଭିଡିଓଟି ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି।

ତେବେ, ଭିଡିଓଟି କେଉଁ ସ୍ଥାନର ତାହା ଏଯାବତ୍‌ ଜଣାପଡ଼ିନାହିଁ। ବେପାରୀ ଜଣକ ଲେମ୍ବୁ ପାଣିରେ ସୋଡ଼ା ମିଶେଇ ବିକ୍ରି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଗ୍ରୀଷ୍ମରେ ଲେମ୍ବୁ ପାଣି ପଇବା ଦ୍ବାରା କ’ଣ ସବୁ ଫାଇଦା ହବ କହିବା ସହ ସେ ତାଙ୍କର ସରବତରେ ଯାହା ସବୁ ମିଶାଉଛନ୍ତି ତାହା ବି କହୁଥିବାର ନଜର ଆସିଛନ୍ତି।