ଆଗ୍ରା: ଆଗ୍ରା-ନୂଆଦିଲ୍ଲୀ ରେଳ ଧାରଣାରେ ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ନିରୀହ ଶିଶୁର ଜୀବନ ବଞ୍ଚି ଯାଇଛି। କଥାରେ ଅଛି , ‘ରଖେ ହରି ମାରେ କିଏ’। ଏହି ଉକ୍ତର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବାଳକ ଶିଶୁକୁ ଟ୍ରେନ୍ ସାମ୍ନାକୁ ଫିଙ୍ଗି ଦେଇଥିବା ବେଳେ ଲୋକପାଇଲଟ ଦେବଦୂତ ସାଜି ତାର ଜୀବନ ବଞ୍ଚାଇଛନ୍ତି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଜଣେ ବାଳକ ମାଲଗାଡି ଆଗକୁ ଶିଶୁଟିକୁ ଫୋପାଡ଼ି ଦେଇଥିଲା । କିନ୍ତୁ ମାଲଗାଡିର ଲୋକୋ ପାଇଲଟ ଓ କୋ-ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶିଶୁଟି ବଞ୍ଚି ଯାଇଛି । ଲୋକୋ ପାଇଲଟ ଓ କୋ-ପାଇଲଟ ଶିଶୁକୁ ରକ୍ଷା କରି ତା’ ମା’କୁ ହସ୍ତାନ୍ତର କରି ଦେଇଥିଲେ । ଭିଡିଓ ବଲ୍ଲଭଗଡ-ଆଗ୍ରା ରୁଟ ବୋଲି କୁହାଯାଉଛି । ତେବେ ଭାଇରାଲ ଭିଡିଓକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
भाई ने खेल-खेल में ट्रेन के आगे मासूम को फेंका, लोको पायलट की सूझबूझ से बची बच्चे की जान। घटना का वीडियो वायरल।
(यह वीडियो आपको विचलित कर सकता है) pic.twitter.com/wxqyIZbmgh
— Hindustan (@Live_Hindustan) September 23, 2020
ଏହାସହ ଲୋକୋ ଉଚ୍ଚ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଉତ୍ତର-ମଧ୍ୟ ରେଲୱେ ଆଗ୍ରା ଛାଵନିର ବରିଷ୍ଠ ବିଭାଗୀୟ ବିଦ୍ୟୁତ ବୈଦ୍ୟୁତିକ ଯନ୍ତ୍ରୀଙ୍କୁ ସମ୍ବନ୍ଧିତ ଏକ ପତ୍ରରେ ଲୋକୋ ପାଇଲଟ ଦିୱାନ ସିଂହ ଲେଖିଛନ୍ତି ଯେ, ସେପ୍ଟେମ୍ବର ୨୧ ତାରିଖରେ ବଲ୍ଲଭଗଡ ଷ୍ଟେସନରୁ ଟ୍ରେନ ବାହାରିଥିଲା । ବଲ୍ଲଭଗଡ ଆଡ଼ଭାନ୍ସ ସ୍ଟାର୍ଟର ନିକଟରେ ଜଣେ ୧୪-୧୫ ବର୍ଷର ବାଳକ ଦେଢ଼ରୁ ଦୁଇ ବର୍ଷର ଶିଶୁକୁ ହଠାତ ଫିଙ୍ଗି ଦେଇଥିଲା। ଏହାପରେ ତୁରନ୍ତ ଟ୍ରେନ ରୋକି ଦିଆଯାଇଥିଲା । ତଳକୁ ଓହ୍ଲାଇ ଦେଖିଲା ବେଳକୁ ଶିଶୁଟି ଇଞ୍ଜିନ ମଝିରେ ଫସି ରହିଥିଲା ଓ ବିକଳ ହୋଇ କାନ୍ଦୁଥିଲା । ସେଠାରୁ ଶିଶୁକୁ ଉଦ୍ଧାର କରି ତାର ମା’କୁ ହସ୍ତାନ୍ତର କରି ଦିଆଯାଇଛି।