ବେଙ୍ଗାଲୁର: ଆଜିକାଲିକା ପଞ୍ଚତାରକା ହୋଟେଲ୍ରେ ବିଭିନ୍ନ ଦେଶର ନୂଆ ନୂଆ ଖାଦ୍ୟ ଆଗରେ ଟିକେ ମାନ୍ଦା ପଡ଼ିଯାଇଛି କି ଦେଶୀ ଖାଦ୍ୟ? ଆଜ୍ଞା ନା, ବରଂ ଦେଶୀ ଖାଦ୍ୟ ଭିତରେ ଯେଉଁ ନିଆରାପଣ ରହିଛି ତାହା ଆଉ କେଉଁଠାରେ ନାହିଁ। ଆଜି ବି ଲୋକେ ବିଭିନ୍ନ ସ୍ଥାନରୁ ସୁସ୍ବାଦ ଖାଦ୍ୟ ଖାଇବା ପରେ ଶେଷରେ ସେହି ଦେଶୀ ଖାଦ୍ୟ ଟିକେ ଖାଇବାକୁ ମନ ବଳାନ୍ତି।
ଗ୍ରାହକଙ୍କୁ ଦେଶୀ ଖାଦ୍ୟ ପରସି ଦେଇ ଚର୍ଚ୍ଚା ପାଲଟିଛନ୍ତି କର୍ଣ୍ଣାଟକ ଏକ ବୟସ୍କ ଦମ୍ପତି। ଏହି ଦମ୍ପତି ୧୯୫୧ ମସିହାରୁ ତାଙ୍କ ନିଜର ଏକ ହୋଟେଲ୍ ଖୋଲିଛନ୍ତି। ହୋଟେଲ୍ରେ ସେମାନେ ମାତ୍ର ୫୦ ଟଙ୍କାରେ ଏକ ଦେଶୀ ଥାଳି ଖାଇବାକୁ ଦେଉଛନ୍ତି। ଦମ୍ପତିଙ୍କ ଖାଦ୍ୟର ବେଶ୍ ଚାହିଦା ରହିଛି। ସଂପୃକ୍ତ ଅଞ୍ଚଳରେ ରହୁଥିବା ଲୋକେ ଏହି ଖାଦ୍ୟ ଖାଇବାକୁ ଧାଇଁ ଆସିଥାନ୍ତି।
View this post on Instagram
ତାଙ୍କ ଦୋକାନର ନାଁ ଅଜା ଆଜି ମନେ। ଏତେ ଦିନ ଧରି ଦୋକାନ ଚଳାଇବା ଭିତରେ ସେମାନଙ୍କ ବୟସ ଢେର୍ ବଢ଼ି ଯାଇଥିଲେ ବି ତାହାକୁ ଖାତିିର ନକରି ନିଜ ବେପାରରେ ପୂର୍ବ ପରି ଧ୍ୟାନ ଦେଇ ଚାଲିଛନ୍ତି ଏହି ବୟସ୍କ ଦମ୍ପତି।
ତେବେ ସବୁଠାରୁ ବଡ଼ କଥା ହେଉଛି ବୃଦ୍ଧ ଦମ୍ପତିଙ୍କ ସ୍ନେହ। ସେମାନେ ସେମାନଙ୍କ ଗ୍ରାହକଙ୍କୁ ନିଜ ପିଲା ପରି ବ୍ୟବହାର କରିଥାନ୍ତି। ଦେଶୀ ଖାଇବା ସହ ଜେଜେ ଜେଜେମାଆଙ୍କ ସ୍ନେହ ମିଳୁଥିବା ସ୍ଥାନରେ ଖାଇବାକୁ କାହାକୁ ବା ପସନ୍ଦ ଆସିବନି ଭଲା?