ନୂଆଦିଲ୍ଲୀ: ଚୀନର ସାଂଘାଇରେ ବସବାସ କରୁଥିବା ଜଣେ ବୃଦ୍ଧ ତାଙ୍କର ସମସ୍ତ ସମ୍ପତ୍ତିକୁ ଫଳ ବେପାରୀଙ୍କ ନାମରେ କରି ଦେଇଥିବା ଘଟଣା ଚର୍ଚ୍ଚାରେ ରହିଛି।

Advertisment

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ୩୧ ତାରିଖରେ ବୃଦ୍ଧ ବ୍ୟକ୍ତି ମାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ମାଙ୍କ ତିନିଜଣ ଭଉଣୀ ବ୍ୟାଙ୍କ ସାର୍ଟିଫି‌କେଟ ଫଳ ବେପାରୀ ଲିୟୁଙ୍କୁ ଦେବାକୁ ମନା କରି କହିଥିଲେ, ‘ଭାଇର ସମସ୍ତ ସମ୍ପତ୍ତିରେ ଆମ ଅଧିକାର ଅଛି। ୨୦୨୦ ମସିହାରେ ମୋର ଭାଇ ଲିୟୁ ନାମରେ କୌଣସି ସମ୍ପତ୍ତି କରିନାହାନ୍ତି। ଭାଇଙ୍କ ମାନସିକ ଅବସ୍ଥା ଭଲ ନଥିଲା। ‌ତେଣୁ ଲିୟୁ ଅଜଣାତରେ ତାଙ୍କ ଠାରୁ ସମସ୍ତ ସମ୍ପତ୍ତି କାଗଜପତ୍ରରେ ଦସ୍ତଖତ କରାଇ ନେଇଥିଲା। ’

ଅନେକ ଅସୁବିଧାର ସାମ୍ନା କରିବା ପରେ ଶେଷ‌ରେ ଲିୟୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ କହିଥିଲେ ବୃଦ୍ଧ ମା ମୋ ନାମରେ ତାଙ୍କର ସମସ୍ତ ସମ୍ପତ୍ତି କରି ଦେଇ କହିଥିଲେ, ‘ଲିୟୁ ମୋର ସବୁ ସେବା କରୁଛି। ତେଣୁ ମୁଁ ବଞ୍ଚିଥାଉଥାଉ ଜଣାଇ ଦେଉଛି କି ମୋର ମୃତ୍ୟୁ ପରେ ଲିୟୁ ହିଁ ସମସ୍ତ ସମ୍ପତ୍ତିର ମାଲିକ ହେବ। କାରଣ ମୋର ପୁଅର ମୃତ୍ୟୁ ପରେ ହେଉ ଅବା ମୁଁ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କେହି ବି ସମ୍ପର୍କୀୟ ମୋ ପାଖକୁ ଆସି ନଥିଲେ। ଏହି ସମୟରେ ଆମ ଘର ପାଖରେ ଥିବ‌େ ଫଳ ବିକ୍ରି କରୁଥିବା ଲିୟୁ ହିଁ ମୋର ଯତ୍ନ ନେଇଆସୁଛି। ତେଣୁ ମୋର ମୃତ୍ୟୁ ପରେ ସେ ହିଁ ମୋର ସମ୍ପତ୍ତିର ମାଲିକ ହେବ।’

ଲିୟୁଙ୍କ ଏଭଳି ଅଭିଯୋଗର ଶୁଣାଣି କରି କୋର୍ଟ କହିଥିଲେ, ‘ମାଙ୍କ ଭଉଣୀମାନେ କରିଥିବା ଅଭିଯୋଗ ମିଥ୍ୟା। ତେଣୁ ମା’ଙ୍କ ସମସ୍ତ ସମ୍ପତ୍ତି ଟଙ୍କା, ଜମିବାଡ଼, ଅଳଙ୍କାର ଯାହାବି ଅଛି ସବୁ ଲିୟୁ ହିଁ ପାଇ‌ବେ।