ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଥାଏ ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟକୁ ସ୍ପର୍ଶ କରିଥାଏ।
ନିକଟରେ ଏମିତି ଏକ ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବୃଦ୍ଧା ଦମ୍ପତିଙ୍କୁ ରାସ୍ତାରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ବୃଦ୍ଧ ଜଣକ ତାଙ୍କ ଧର୍ମପତ୍ନୀ କିପରି ସୁରକ୍ଷିତ ଭାବେ ରାସ୍ତାରେ ଚାଲିବେ ସେଥିପାଇଁ ତାଙ୍କ ହାତକୁ ଧରି ଟାଣି ଆଣୁଛନ୍ତି, ଆଉ ହାତ ଧରି ଚାଲୁଥିବା ଦେଖିବାକୁ ମିଳୁଛି।
ଯେମିତି ବୃଦ୍ଧା ଜଣକ ତାଙ୍କ ବୃଦ୍ଧ ପତ୍ନୀଙ୍କୁ କହୁଛନ୍ତି, ‘ମୋ ହାତ ଧରି ଚାଲୁଥାଏ, ଜୀବନରେ କେବେ ହେଲେ ତୋ ଚଲାପଥରେ ବାଧା ଆସିବାକୁ ଦେବି ନାହିଁ। ବିପଦ ଆସିଲେ ମୁଁ ପାହାଡ ଭଳି ଛିଡ଼ା ହେବି। ତେଣୁ ତୁ ଭୟ ନକରି ବାଟ ଚାଲୁଥା।’
View this post on Instagram
ଏହି ଭିଡିଓକୁ ଜେନିଫର ରହମାନଙ୍କ ଦ୍ବାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ଭିଡିଓକୁ ବହୁମାତ୍ରାରେ ସେୟାର ବି କରୁଛନ୍ତି।
ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଭିଡିଓକୁ ୮ଲକ୍ଷରୁ ଅଧିକ ଲାଇକ ମିଳିଥିଲା। ଏଥିସହିତ ବୃଦ୍ଧ ଦମ୍ପତିଙ୍କୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ ଦୁହିଁଙ୍କ ମଧ୍ୟରେ ଏଭଳି ପରିଣତ ବୟସରେ ଯେମିତି ଭଲ ପାଇବା ଅଛି, ତାହା ଆଜିକାଲି ବହୁତ କମ ଦେଖିବାକୁ ମିଳୁଛି।’