ନୂଆଦିଲ୍ଳୀ: ଯଦି ଆପଣ ନିଜ ମୁଣ୍ଡରୁ ଟେନ୍ସନ୍କୁ ଟିକେ କମ୍ କରିବାକୁ ଚାହାନ୍ତି ତେବେ ଏହି ଭାଇରାଲ୍ ଭିଡିଓକୁ ନିଶ୍ଚୟ ଦେଖନ୍ତୁ। ଭାଇରାଲ୍ ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ପ୍ରଭୁ ଦେବାଙ୍କ ପରି ନୃତ୍ୟ ପ୍ରଦର୍ଶନ କରି ଭାଇରାଲ୍ ହୋଇଛନ୍ତି। ପ୍ରଭୁ ଦେବାଙ୍କ ଚିକୁୁ ବୁକୁର କିଲର୍ ଡ୍ୟାନ୍ସ ଷ୍ଟେପ୍ ବ୍ୟକ୍ତି ଜଣକ କରିବାକୁ ଚେଷ୍ଟା କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟି ଅନ୍ଳାଇନ୍ରେ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏଥିରେ ଖୁବ୍ ମଜାଦାର୍ କମେଣ୍ଟ୍ ସବୁ ଦେଇଛନ୍ତି।
View this post on Instagram
ଭାଇରାଲ୍ ଭିଡିଓରେ ପ୍ରଥମେ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି ରାଜ୍ କୁମାର। ଭିଡିଓରେ ଦୃଶ୍ୟମାନ ହୋଇଥିବା ବ୍ୟକ୍ତି ଜଣଙ୍କ ନାମ ହେଉଛି ରମେଶ ଆନ୍ନା। ଗୀତଟି ହେଉଛି ୧୯୯୩ ମସିହାର ‘ଜେଣ୍ଟେଲ୍ମ୍ୟାନ୍’ ଚଳଚ୍ଚିତ୍ରର। ଆନ୍ନା ସେଥିରେ ଏକ ଲୁଙ୍ଘି ସହ ଧଳା ରଂଗର ସାର୍ଟ ପିନ୍ଧି ଜବର୍ଦସ୍ତ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।
ଭିଡିଓଟି ପୋଷ୍ଟ୍ ହେବା ପରେ ଏହାର ୧୪.୬ ମିଲିର୍ୟନ୍ ଭିୟୁ ହୋଇ ସାରିଲାଣି। ଏହି ଭିଡିଓକୁ ପ୍ରଶଂସା କରି ଅନେକ ବ୍ୟବହାରକାରୀ ଅନେକ କମେଣ୍ଟ୍ ସବୁ ଦେଇଛନ୍ତି। କିଛି ବ୍ୟବହାରକାରୀ ଲେଖିଛନ୍ତି, ‘ପ୍ରମାଣ ହୋଇଗଲା ଯେ ବୟସ ଏକ ସଂଖ୍ୟା ମାତ୍ର’।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଗୀତଟିକୁ ଲେଖିଛନ୍ତି ସୁରେଶ ପିଟର୍ସ ଏବଂ ଜିଭି ପ୍ରକାଶ କୁମାର। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍ ରହମାନ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/d43bda1d-4953-4bda-a52f-92493df31d61.jpg)