ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଫଟୋ ଓ ଭିିଡିଓ ଭାଇରାଲ୍‌ ହୋଇଥାଏ। କିଛି ପୋଷ୍ଟ୍‌ ଥାଏ ଯାହା ଖୁବ୍ ଲୋକପ୍ରିୟ ପାଲଟିଯାଏ। ଆମେ ଆଜି ଆପଣଙ୍କୁ ସେପରି ଏକ ଭିଡିଓ ବିଷୟରେ କହିବୁ, ଯାହାକି ଭାଇରାଲ୍‌ ହେବା ପରେ ଏହାର ଭିୟୁ ୧ କୋଟି ୬୦ ଲକ୍ଷ ହୋଇ ସାରିଲାଣି।

Advertisment

ଆମେ ସମସ୍ତେ ଜାଣନ୍ତି ଯେ ବାପାମାଆଙ୍କ ସଂପତ୍ତିର ଉତ୍ତରାଧିକାରୀ ମେସାନଙ୍କ ପିଲାମାନେ ହୋଇଥାନ୍ତି। ଯଦି କୌଣସି ବାପାମାଆ ସେମାନଙ୍କ ସଂପତ୍ତିରୁ ନିଜ ପିଲାଙ୍କୁ ବେଦଖଲ ନକରନ୍ତି ତ ସେମାନଙ୍କ ଅନ୍ତେ ସେ ସଂପତ୍ତି ପିଲାମାନଙ୍କର ହିଁ ହୋଇଥାଏ। ମାତ୍ର ଆମେ ଆଜି ଜଣେ ଏମିତି ବାପାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ଯିଏକି ଅବସର ପରେ ନିଜର ସଂପତ୍ତିକୁ ପିଲାଙ୍କୁ ଦେବାକୁ ଚାହାନ୍ତି ନାହିଁ, ବରଂ ନିଜେ ହିଁ ଉପଭୋଗ କରିବାର ନିଷ୍ପତ୍ତି ନେଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଅବସରପ୍ରାପ୍ତ ବ୍ୟକ୍ତି ଜଣକ ଏକ ସୁଇମିଂ ପୁଲ୍‌ରେ ଗାଧୋଉଥିବା ବେଳେ କହୁଛନ୍ତି କି ‘ମୋତେ ଏକ ଏପରି ଜୀବନ ଦରକାର ଥିଲା। ମୋ ପିଲାମାନଙ୍କୁ ଲାଗୁଥିଲା ମୁଁ ମୋର ସଂପତ୍ତି ସେମାନଙ୍କ ପାଇଁ ଛାଡ଼ିକି ଯିବି। ମାତ୍ର ମୁଁ କାଣିକଉଡ଼ିଟିଏ ବି ରଖିବି ନାହିଁ। ଯାହାକୁ ଅର୍ଥ ଦରକାର, ସେ ନିଜେ ଉପାର୍ଜନ କରନ୍ତୁ। ମୁଁ ସେମାନଙ୍କ ଠିକା ନେଇନାହିଁ। ନିଜ କଷ୍ଟ ଉପାର୍ଜିତ ଟଙ୍କାର ସ୍ବାଦ ମୁଁ ନିଜେ ନେବି ଏବଂ ମଉଜ କରିବି।’

ଇନ୍‌ଷ୍ଟା ବାୟୋ ମୁତାବକ, ଏହି ବ୍ୟକ୍ତିଙ୍କ ନାମ ଧର୍ମବୀର ସିଂହ। ସେ ଜଣେ ଭିଡିଓ କ୍ରିଏଟର୍‌। ଧର୍ମବୀର ନିକଟରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ସେୟ‌ର୍‌ କରିଛନ୍ତି। ତାଙ୍କ ୟୁଟ୍ୟୁବର୍‌ ଚ୍ୟାନେଲ୍‌ରେ ୧ ଲକ୍ଷ ୩୦ ହଜାରରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି।