ଜାପାନରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯାହାକି ଚିନ୍ତାର କାରଣ ପାଲଟିଛି। ୨୦୧୮ ମାର୍ଚ୍ଚରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରୁ ଜଣାପଡ଼ିଛି, ପାଖାପାଖି ୯୮ଲକ୍ଷ କୋଟି ଟଙ୍କାର ଥାଇ ବି କୌଣସି କାମରେ ଆସି ପାରୁ ନାହିଁ। କାରଣ ଏହାର ମାଲିକ ଯିଏ ତାଙ୍କର ଏସବୁ ସମ୍ପତ୍ତିକୁ ନେଇ କିଛି କଥା ମନେ ନାହିଁ। ଯାହାକି ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ପାଲଟିଛି।
ପ୍ରକାଶିକ ଖବର ମୁତାବକ, ସମ୍ପତ୍ତିର କୌଣସି ସୂଚନା ମିଳି ପାରୁ ନଥିବା ଏହି ଘଟଣା ଜଣେ ବୃଦ୍ଧଙ୍କ ସହିତ ଜଡ଼ିତ ଅଛି, ଯିଏକି ଡିମେସିୟାରେ ପୀଡିତ। ଡିମେସିୟା ଏତେ ମାତ୍ରାରେ ବୃଦ୍ଧି ପାଇଛି କି ତାଙ୍କର କିଛି କଥା ମନେ ହିଁ ପଡ଼ୁ ନାହିଁ କି ଏହି ସମ୍ପତ୍ତି କେତେ ଓ ତାକୁ କେଉଁଠି ରଖିଛନ୍ତି ସଠିକ୍ ଭାବେ କିିଛି କହି ପାରୁ ନାହାନ୍ତି। ବୃଦ୍ଧଙ୍କ ଏହି ରୋଗ କାରଣରୁ କେବଳ ଯେ ଜାପାନ ସରକାରଙ୍କ ଚିନ୍ତାର କାରଣ ପାଲଟିଛି ତାହା ନୁହେଁ, ତାଙ୍କ ପରିବାରଲୋକ ବି ଚିନ୍ତାରେ ପଡ଼ିଛନ୍ତି।
ତେବେ ଏହି ରିପୋର୍ଟ ଟାଇ-ଇଚି ଲାଇଫ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ଜରିଆରେ ସାମ୍ନାକୁ ଆସିଛି। ଏହି ସମ୍ପତ୍ତି ଜାପାନର ଅର୍ଥନୀତିର ଏକ ତୃତୀଅଂଶ ପାଖାପାଖି ହେବ ବୋଲି ଅନୁମାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/japan1-4_101818112504.jpg)
