ବିଶ୍ୱରେ ରହିଛି ଏଭଳି ଏକ ଦେଶ, ଯେଉଁଠି ଜେଲ ଯିବା ପାଇଁ ଜାଣିଶୁଣି ଅପରାଧ କରୁଛନ୍ତି ବୃଦ୍ଧ ଲୋକ। ଏଭଳି ଏକ ଦେଶ ହେଉଛି ଜାପାନ। ଏଠାରେ ବୃଦ୍ଧ ଲୋକମାନେ ଜେଲ ଯିବା ପାଇଁ କରୁଛନ୍ତି ଛୋଟମୋଟ ଅପରାଧ। କ’ଣ ଆପଣ କେବେ ଭାବି ବି ପାରିବେ କି ବୃଦ୍ଧ ବ୍ୟକ୍ତି ଏକୁଟିଆପଣ, ସୁରକ୍ଷା ଓ ଭଲ ସ୍ୱାସ୍ଥ୍ୟ ସେବାର ଫାଇଦା ଉଠାଇବା ପାଇଁ ଘର ଛାଡି ଜେଲକୁ ଯିବାକୁ ଚାହୁଁଛନ୍ତି । କିନ୍ତୁ ଜାପାନ ପାଇଁ ଏହା କୌଣସି କଳ୍ପନା ନୁହେଁ ବରଂ ସତ ।
Sambad is now on WhatsApp
Join and get latest news updates delivered to you via WhatsApp
ଦୁନିଆରେ ସବୁଠାରୁ ଅଧିକ ବୁଢ଼ା ଲୋକଙ୍କ ସଂଖ୍ୟା ସହିତ ଜାପାନର ମୋଟ୍ ଜନସଂଖ୍ୟା ୨୭.୩% ଲୋକ ୬୫ ବର୍ଷରୁ ଅଧିକ ହୋଇସାରିଲେଣି । ଏହା ହେଉଛି କାରଣ- ଜାପାନରେ ଲୋକଙ୍କ ହାରାହାରି ଆୟୁ ଦ୍ରୁତ ଗତିରେ ବଢୁଛି ତ ସେଇଠି ପିଲାଙ୍କ ଜନ୍ମହାରରେ ହ୍ରାସ ହେଉଥିବାର ଦେଖାଯାଉଛି । ଯାହାର ପରିଣାମ ସ୍ୱରୂପ ସେଠାକାର ଜନସଂଖ୍ୟାରେ ବୃଦ୍ଧ ଲୋକଙ୍କ ପ୍ରତିଶତ ବହୁତ ଅଧିକ ହୋଇଯାଇଛି । ବର୍ଷ ୨୦୨୫ ପର୍ଯ୍ୟନ୍ତ ପ୍ରତ୍ୟେକ ୩ ମଧ୍ୟରୁ ଜଣେ ମଣିଷ ୬୫ ବର୍ଷ ବୟସରୁ ଅଧିକ ହେବ । ଏହା ଦ୍ୱାରା ପେନସନ ଉପରେ ପ୍ରଭାବ ପଡିବ ।
ଜାପାନର ପ୍ରତ୍ୟେକ ୫ ଜଣ ମଧ୍ୟରୁ ଜଣେ ନାଗରିକ ନିଜର ରୋଜଗାର ପାଇଁ ଦାରିଦ୍ର୍ୟ ସୀମାରେଖା ତଳକୁ ଆସିଗଲେଣି । ସେଇଠି ଜାପାନର ପ୍ରତ୍ୟେକ ୬ ସିନିୟର ସିଟିଜନ୍ ମଧ୍ୟରୁ ଜଣେ ବିଲକୁଲ ଏକୁଟିଆ ବିନା କୌଣସି ପରିବାରରେ ରହନ୍ତି । ଅଧିକାଂଶ ମାମଲାରେ ଏହାର କାରଣ ହେଉଛି ବାହାରେ କାମ କରୁଥିବା ପିଲା, ଯାହାଙ୍କ ପାଖରେ ବୃଦ୍ଧଙ୍କ ପାଇଁ ସମୟ ନାହିଁ । ଏଥିପାଇଁ ଜାପାନର ବୃଦ୍ଧମାନେ ଛୋଟ ଛୋଟ ଅପରାଧ କରୁଛନ୍ତି, କାହିଁକିନା ସେମାନେ ଜେଲ ଯାଇପାରିବେ । ଏହି ଅପରାଧମାନଙ୍କ ମଧ୍ୟରେ ଅଧିକାଂଶ ଚୋରି କରୁଛନ୍ତି । କିନ୍ତୁ ଜାପାନର କେତେକ ବୃଦ୍ଧ ଏଥିପାଇଁ କାହାକୁ ପିଟିଛନ୍ତି ତ କାହାକୁ ହତ୍ୟା ମଧ୍ୟ କରିଛନ୍ତି । ଜେଲ ଗଲେ ତାଙ୍କୁ ରହିବାକୁ ଘର ମିଳେ । ୩ ଥର ଜେଲର ଖାଇବା ମିଳିଯାଏ ଓ ସ୍ୱାସ୍ଥ୍ୟ ସୁବିଧା ତାଙ୍କ ପାଇଁ ମାଗଣା ହୋଇଯାଏ । ଏଥିପାଇଁ ବୃଦ୍ଧି ଲୋକମାନେ ଜାଣିଶୁଣି ଅପରାଧ କରୁଛନ୍ତି।