ନୂଆଦିଲ୍ଲୀ: ଅମୃତସର ଭାରତର ପୂର୍ବ ଭାଗରେ ଅବସ୍ଥିତ ପଞ୍ଜାବ ରାଜ୍ୟର ଏକ ସହର ଅଟେ। ଅମୃତସର ସ୍ବର୍ଣ୍ଣ ମନ୍ଦିର ପାଇଁ ପ୍ରସିଦ୍ଧ। ଏଥିସହିତ ଏଠାରେ ବିଭିନ୍ନ ପ୍ରକାରର ଷ୍ଟ୍ରିଟଫୁଡ଼ ବି ମିଳିଥାଏ। ଯାହାକୁ ଖାଇବାକୁ ଲୋକଙ୍କ ଭିଡ଼ ଜମିଥାଏ। ଏହି କ୍ରମରେ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇ ଲେମ୍ବୁସୋଢ଼ା ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଟୁଇଟର ବ୍ୟବହାରକାରୀ ହତିନ୍ଦିର ସିଂହ ସେୟାର କରିଛନ୍ତି। ଭିଡିଓରେ ବୃଦ୍ଧଙ୍କୁ ଦେଖି ଲୋକେ ଭାବବିହ୍ବଳ ହୋଇପଡ଼ିଛନ୍ତି।
ଭିଡିଓରେ ସ୍ବର୍ଣ୍ଣ ମନ୍ଦିର ନିକଟରେ ଠେଲା ଲଗାଇଥିବା ଜଣେ ବୃଦ୍ଧଙ୍କ କହିବାନୁସାରେ, ସେ ୭୮ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ସେ ଦୀର୍ଘ ୨୫ବର୍ଷ ହେବ ଏହି ଲେମ୍ବୁ ସୋଢ଼ା ବିକ୍ରି କରି ନିଜ ପରିବାର ଚଳାଉଛନ୍ତି।
Let's Call The Day Praising Babaji From Sri Amritsar Sahib Selling Lemon Soda On Streets,80Years Of Age, His Eyesight Is Poor, Can't Hear Properly, Knees Don't Work,Still Carries Soda Cart For Whole Day Under Scorching Heat
His Smile Is Heartbreaking
Salute To His Hardwork
🙏💔 pic.twitter.com/qK8EVBerHQ— ਹਤਿੰਦਰ ਸਿੰਘ (@Hatindersinghr3) May 6, 2023
ଉକ୍ତ ବୃଦ୍ଧ ଜଣକ କହନ୍ତି, ‘ପେଟ ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କାରଣ ମୋର କେହି ପୁଅ ନାହାନ୍ତି। ହାତଗୋଡ଼ ଠିକ ଅଛି , ତେଣୁ କାହା ଉପରେ ନିର୍ଭର ନକରି ଯେତିକି ପାରୁଛି ସେତିକି ବ୍ୟବସାୟ କରୁଛି। ଏଥିରୁ ଯେତିକି ରୋଜଗାର ହେଉଛି ସେତିକିରେ ମୁଁ ମୋର ସଂସାର ଚଳାଇ ନେଉଛି।’