ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଜଣେ ବୃଦ୍ଧା ମହିଳାଙ୍କ ଉପର ଦେଇ ଗୋଟିଏ ଟ୍ରକ ଚାଲିଯିବା ସତ୍ତ୍ବେ ତାଙ୍କୁ ସାମାନ୍ୟ ଆଘତ ଲାଗି ନଥିଲା। ଏହି ଦୃଶ୍ୟ ଦେଖିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ସ୍ତବ୍ଧ ହୋଇଯିବା ସହିତ ମୁଖରୁ ବାହାରି ପଡ଼ିଥିଲା ‘ରଖେ ହରି ମାରେ କିଏ’। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଏଭଳି ଏକ ଘଟଣା ତାମିଲନାଡୁର ତିରୁଚେଙ୍ଗୋଡେରେ ଘଟିଛି। ଏହି ବୃଦ୍ଧ ମହିଳା ତିରୁଚେଙ୍ଗୋଡେସ୍ଥିତ ବସଷ୍ଟାଣ୍ଡ ଅଭିମୁଖେ ଯାଉଥିଲେ। ଏହି ସମୟରେ ଏକ ହଳଦିଆ ରଙ୍ଗର ଟ୍ରକ ଦ୍ରୁତ ଗିତରେ ଆସି ମହିଳାଙ୍କୁ ଧକ୍କା ଦେଇ ତାଙ୍କ ଉପର ଦେଇ ଚାଲି ଯାଇଥିଲା।
Elderly #Indian woman run over by truck miraculously escapes unscathed pic.twitter.com/AFGq2uYf3e
— CGTN (@CGTNOfficial) December 6, 2020
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କିଛି ସମୟ ପାଇଁ ହତବାକ ହୋଇଯାଇଥିଲେ। ଦୁର୍ଘଟଣାରେ ମହିଳାଙ୍କ ଅନେକ କ୍ଷତି ହୋଇଥିବା ଭାବି ବୃଦ୍ଧାଙ୍କ ପାଖକୁ ଲୋକମାନେ ଦୌଡ଼ି ଯାଇଥିଲେ। ସୌଭାଗ୍ୟବଶତଃ ବୃଦ୍ଧା ଜଣଙ୍କୁ କୌଣସି ପ୍ରକାର ଆଘାତ ଲାଗି ନଥିଲା। ସେ ଆପଣାଛାଏଁ ରାସ୍ତାରୁ ଉଠି ଚାଲିବାକୁ ଲାଗିଥିଲେ। ଟ୍ରକ ଚାଳକ କିଛିବାଟ ଯାଇ ଅଟକି ଗାଡ଼ିରୁ ଓହ୍ଲାଇ ବୃଦ୍ଧାଙ୍କ ପାଖକୁ ସାହାଯ୍ୟ ପାଇଁ ଦୌଡ଼ି ଆସିଥିଲେ।
ଏହି ଭିଡିଓକୁ ଟୁଇଟରରେ ସିଜିଟିଏନ ସେୟାର କରିଛନ୍ତି। ଯାହାକୁ ଏଯାବତ ୯ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୧୪୧ ଲାଇକ ମିଳିଛି।