ଖୈରାଗଡ଼: ଛତିଶଗଡ଼ରୁ ଏବେ ବହୁତ ଭାବପ୍ରବଣ କଲା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରକୃତିକୁ ଜଣେ କେତେ ଭଲପାଇ ପାରିବ ତାହା ଏହି ଭିଡ଼ିଓ ଦେଖିବା ପରେ ଜଣେ ଆପଣ ଭଲ ଭାବେ ଜାଣିପାରିବେ। ଜଣେ ବୃଦ୍ଧା ମହିଳା ୨୦ବର୍ଷ ପୂର୍ବେ ଏକ ଓସ୍ତ ଗଛ ଲଗାଇଥିଲେ। ସେ ଏହି ଗଛକୁ ନିଜ ପୁଅ ଭାବି ଏହାର ଯତ୍ନ ନେଉଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ନଜଣାଇ ଏହାକୁ କାଟିଦିଆଗଲା, ସେ ଭାଭବିହ୍ବଳ ହୋଇଯାଇଥିଲେ। ଗଛର ଗଣ୍ଡିକୁ ଧରି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ଦେଖିଲେ ଲାଗୁଥିଲା ଯେମିତି ତାଙ୍କ ପରିବାରରେ କାହାର ଦେହାନ୍ତ ହୋଇଛି ବା ସେ ନିଜର ଅତିପ୍ରିୟଜନଙ୍କୁ ହରାଇଛନ୍ତି। ବୃଦ୍ଧାଙ୍କ ଧର୍ଯ୍ୟହରା କାନ୍ଦ ଉପସ୍ଥିତ ସମସ୍ତ ଲୋକଙ୍କୁ ଭାବବିହ୍ବଳ କରିଥିଲା।
Elderly Indian woman breaks down as tree she nurtured for 20 years is cut
— WION (@WIONews) October 11, 2025
Courtesy: Social Media#Chhattisgarhpic.twitter.com/E0lAYQaJlU
ଏହି ଘଟଣାଟି ଛତିଶଗଡ଼ର ଖୈରାଗଡ଼ ଜିଲ୍ଲାର ସରରାଗୋନ୍ଦି ଗାଁରେ ଘଟିଛି। ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବୃଦ୍ଧା କଟାଯାଇଥିବା ଓସ୍ତ ଗଛର ଗଣ୍ଡିକୁ ଧରି କାନ୍ଦୁଥିବା ଦେଖାଯାଇଛି। ବୃଦ୍ଧା ମହିଳା ଜଣକ ୨୦ବର୍ଷ ପୂର୍ବେ ନିଜ ହାତରେ ଗଛଟିକୁ ଲଗାଇଥିଲେ। ସେ ପ୍ରତିଦିନ ଏହାକୁ ପାଣି ଦେଉଥିଲେ ଏବଂ ପୂଜା କରୁଥିଲେ। କିନ୍ତୁ, ଯେତେବେଳେ ଗଛଟି କାଟିଦିଆଗଲା, ସେ ନିଜ ମନର କୋହକୁ ଆଉ ନିୟନ୍ତ୍ରଣ କରିପାରିଲେ ନାହିଁ ଏବଂ ଜୋରରେ କାନ୍ଦିବାକୁ ଲାଗିଲେ। ଯେତେବେଳେ ଗାଁ ଲୋକେ ଗଛ ପାଖରେ ପହଞ୍ଚିଲେ, ତାଙ୍କୁ କାନ୍ଦୁଥିବା ଦେଖି ସେମାନେ ମଧ୍ୟ ଭାବପ୍ରବଣ ହୋଇଗଲେ।
ବୃଦ୍ଧାଙ୍କ ଅବସ୍ଥା ଦେଖିନପାରି କ୍ରୋଧିତ ଗ୍ରାମବାସୀମାନେ ଖଇରାଗଡ଼ ପୁଲିସ ଷ୍ଟେସନରେ ପହଞ୍ଚି ନ୍ୟାୟ ଦାବି କରିଥିଲେ ଏବଂ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଗଛଟି ସେମାନଙ୍କର ବିଶ୍ୱାସ ଏବଂ ଭକ୍ତିର କେନ୍ଦ୍ର ଥିଲା। ଜମି ବ୍ୟବସାୟୀ ଇମ୍ରାନ ମେମନଙ୍କ ନିର୍ଦ୍ଦେଶରେ ଗଛଟି କଟାଯାଇଛି। ଏହି ଗଛଟି ସରକାରୀ ଜମିରେ ଥିଲା। ଗାଁ ଲୋକେ ଏହାକୁ ପ୍ରତିଦିନ ପୂଜା କରୁଥିଲେ। ଖଇରାଗଡ଼ ବାସିନ୍ଦା ଇମ୍ରାନ ମେମନ ତାଙ୍କ ସହଯୋଗୀ ପ୍ରକାଶ କୋସାରେଙ୍କ ସହିତ ମିଶି ଗଛଟିକୁ କାଟି ଦେଇଛନ୍ତି।
elderly-woman