ହଂସ ପାୱାରପ୍ୟାକ୍ ଡିଭାଇସ: ବିଜୁଳି ସମସ୍ୟାର ସମାଧାନ ହେବ, ଭରିବାକୁ ପଡିବନାହିଁ ବିଜୁଳି ବିଲ୍
ନୂଆଦିଲ୍ଲୀ: ଭାରତରେ ଜନ୍ମିତ କୋଟିପତି ବ୍ୟବସାୟୀ ତଥା ସମାଜସେବୀ ମନୋଜ ଭାର୍ଗବ ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଡକ୍ୟୁମେଣ୍ଟାରି ସିନେମା ବିଲିୟନ୍ସ ଇନ୍ ଚେଞ୍ଜ-୨ରେ ଦେଖାଯାଇଥିବା ନୂଆ ଆବିଷ୍କାରର ଏକ ଲାଇଭ ଡେମୋ ଦେଖାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜତକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଲିୟନ୍ସ ଇନ୍ ଚେଞ୍ଜ-୨ ହେଉଛି ପ୍ରଥମ ଡକ୍ୟୁମେଂଟାରୀର ପରବର୍ତ୍ତୀ ପିଢି ଅଟେ । ଏଥିରେ ସଂପୂର୍ଣ୍ଣ ଭାବେ ପାଞ୍ଚଟି ନୂତନ ଆବିଷ୍କାର ସଂପର୍କରେ ସୂଚନା ଦିଆଯାଇଛି । ଯାହାକି ଲୋକମାନଙ୍କର ଆବଶ୍ୟକତାକୁ ସିଧାସଳଖ ସମାଧାନ କରିିବାରେ ସଫଳ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଭାର୍ଗଭ ପୋର୍ଟେବୁଲ ସୋଲାର ଡିଭାଇସ ହଂସ ୩୦୦ ପାୱାରପ୍ୟାକ୍ ଏବଂ ହଂସ ସୋଲାରକୁ ଭାରତୀୟ ବଜାରରେ ଲଞ୍ଚ କରିବାକୁ ସୂଚନା ଦେଇଛନ୍ତି । ତେବେ ହଂସ ପାୱାରପ୍ୟାକ୍ ଡିଭାଇସ ନା କେବଳ ଇଲେକ୍ଟିସିଟିର ପ୍ରଡକ୍ସ କରିଥାଏ ତାହା ନୁହେଁ ବରଂ ଏଥିସହିତ ବିଦ୍ୟୁତକୁ ଗଚ୍ଛିତ ମଧ୍ୟ କରିବାରେ ସହାୟକ ହୋଇଥାଏ। ମୋଟ ଉପରେ କହିବାକୁ ଗଲେ ହଂସ ସୋଲାର ବ୍ରିଫକେସ ଏକ ପ୍ରକାରର ସୋଲାର ପାୱାର ଷ୍ଟେସନ ଅଟେ।
ଭାର୍ଗଭଙ୍କ ଦାବି କରି କହିଛନ୍ତି ଯେ, ଏଥିରେ ବହୁତ ଲୋକଙ୍କୁ ବିଜୁଳି ମିଳିପାରିବ । ହଂସ ୩୦୦ ପାୱରପ୍ୟାକ ଏତେ ମାତ୍ରାରେ ବିଜୁଳି ଉତ୍ପାଦ କରିଥାଏ କି ଏହାଦ୍ୱାରା ଏକାଧିକ ବଲବ, ଟିଭି, ପଂଖା ଭଳି ବୈତ୍ୟୁତିକ ଉପକରଣମାନ ଚଲାଯାଇପାରିବ । ତେବେ ଏହି ଡିଭାଇସକୁ ଉଭୟ ୧୩୦ ଘଣ୍ଟା ଏବଂ ୩୦୦ ଘଣ୍ଟାର ପାୱର ଯୋଗାଇ ଦେବା ଭଳି ଦୁଇଟି ରୂପରେ ଉପସ୍ଥାପନା କରାଯାଇଥିଲା । ଯାହାର ମୂଲ୍ୟ କ୍ରମଶଃ: ୧୦,୦୦୦ ଟଙ୍କା ଏବଂ ୧୪,୦୦୦ଟଙ୍କା ସ୍ଥିର କରାଯାଇଛି ।
ସବୁଠାରୁ ବଡ କଥା ହେଲା, ଏହାର ଗ୍ୟାରେଣ୍ଟି ୧୨ ବର୍ଷ ଯାଏଁ ରହିଛି । ଅର୍ଥାତ ଏହାଦ୍ୱାରା ଆପଣଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲ ପାଇଁ ଚିନ୍ତିତ ହେବାକୁ ପଡିବନାହିଁ । ଏହାବ୍ୟତୀତ, ଏ ସଂପର୍କିତ ଅଧିକ ସୂଚନା ବିଆଇସି ୨ ଡଟ୍ ଇନକୁ ଯାଇ ଜାଣିପାରିବେ ।
ସୂଚନା ମୁତାବକ, ଆଗାମୀ ବର୍ଷ ମଇ ମାସ ସୁଦ୍ଧା ଏହି ଡିଭାଇସଟି ବଜାରକୁ ଆସିପାରେ। ପାୱରପ୍ୟାକ୍ ଏବଂ ହଂସ ସୋଲାର ବ୍ରିଫକେସ ଜରିଆରେ ଗ୍ରାମୀଣ ଅଞ୍ଚଳରେ ବିଜୁଳି ସମସ୍ୟାର ସମାଧାନ କରାଯାଇପାରିବ ଆଉ ଏଥିପାଇଁ ଲୋକଙ୍କୁ କୌଣସି ବିଲ ମଧ୍ୟ ଦେବାକୁ ପଡିବନାହିଁ ବୋଲି ଭାର୍ଗବ ସୂଚନା ଦେଇଛନ୍ତି ।