ନବଜାତ ଶିଶୁର ନାମକରଣ ପାଇଁ ହେଲା ନିର୍ବାଚନ!

ଶିଶୁର ନାମକରଣ ପାଇଁ ହେଲା ନିର୍ବାଚନ। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ନିର୍ବାଚନ ହୋଇଛି ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରେ। ଏଠାରେ ଜଣେ ନବଜାତ ଶିଶୁର ନାମକରଣ ପାଇଁ ବାଲାଟ ପେପରରେ ନିର୍ବାଚନ ହୋଇଥିବା ଜଣାପଡିଛି।

ଆମ ଦେଶରେ ନିର୍ବାଚନକୁ ଗଣତନ୍ତ୍ରର ଏକ ବଡ ପର୍ବ ବୋଲି କୁହାଯାଇଥାଏ। କାହିଁକି ନା ନିର୍ବାଚିତ ହୋଇଥିବା ସରକାରଙ୍କ ଦ୍ୱାରା ହିଁ ଜନତାଙ୍କର ବିକାଶ କାର୍ଯ୍ୟ କରାଯାଇଥାଏ । ଗଣତନ୍ତ୍ରରେ ନିର୍ବାଚନ ଜରିଆରେ ସରକାର ଚୟନ କରାଯାଇଥାଏ। କିନ୍ତୁ ଗୋଟିଏ ପରିବାରରେ ନବଜାତ ଶିଶୁର ନାମକରଣ ପାଇଁ ନିର୍ବାଚନ ହୋଇଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏଠାରେ ଜଣେ ଜଣେ ଦମ୍ପତ୍ତି ନିଜ ନବଜାତ ଶିଶୁଙ୍କର ନାମ ରଖିବା ପାଇଁ ନିଜ ପରିବାରବର୍ଗ, ସାଙ୍ଗସାଥୀ ଏବଂ ସମ୍ପର୍କୀୟ ମାନଙ୍କ ମଧ୍ୟରେ ମତଦାନ କରାଇଥିଲେ। ମିଥୁନ ଏବଂ ମାନସୀ ଏପ୍ରିଲ ୫ ତାରିଖ ଦିନ ନବଜାତ ଶିଶୁର ନାମକରଣ ପାଇଁ ଏକ ନିଆରା ପଦକ୍ଷେପ ଆପଣାଇଥିଲେ। ସେମାନେ ମତଦାତା ରୂପରେ ନିଜ ପରିବାରବର୍ଗଙ୍କ ସମେତ, ସାଙ୍ଗସାଥୀ ଏବଂ ସମ୍ପର୍କୀୟ ମାନଙ୍କୁ ସାମିଲ କରାଇଥିଲେ ଏବଂ ଜୁନ ୧୫ ତାରିଖ ଦିନ ଭୋଟିଂ ମଧ୍ୟ କରାଯାଇଥିଲା। ଶିଶୁଟି ପାଇଁ ତିନୋଟି ନାମର ସଜେଷ୍ଟ ଆସିଥିଲା। କିନ୍ତୁ ବାପା ମା ଶିଶୁର ନାମକରଣ ପାଇଁ ବାଲାଟ ପେପର ବ୍ୟବହାର କରିଥିଲେ। ଏପରିକି ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାସଂଦ ନାନା ପଟୋଲେ ମଧ୍ୟ ସାମିଲ ହୋଇଥିଲେ। ତେବେ ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୧୯୨ଟି ଭୋଟ ପଡିଥିଲା ଏବଂ ଏଥିମଧ୍ୟରୁ ଅଧିକାଂଶ ଭୋଟ ଅନୁଯାୟୀ ଶିଶୁଟିର ନାମକରଣ କରାଯାଇଥିଲା।

ସମ୍ବନ୍ଧିତ ଖବର