ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଏଥର ଲୋକସଭା ନିର୍ବାଚନରେ ବହୁ ସଂଖ୍ୟକ ନୂଆ ମତଦାତା ମତଦାନ କରିବେ। ଆମେ ଭୋଟ ଦେଉଥିଲେ ବି ନିର୍ବାଚନ ସଂପର୍କିତ ବହୁ ତଥ୍ୟ ସଂପର୍କରେ ଜାଣନ୍ତି ନାହିଁ। ତେବେ, ଚାଲନ୍ତୁ ଜାଣିବା ଏ ସଂପର୍କିତ କିଛି ରୋଚକ ତଥ୍ୟ।
/sambad/media/post_attachments/wp-content/uploads/2019/03/Election-Trivia_1_Infographics_2.jpg)
ଅଲିଭା କାଳି
ଭୋଟରେ ବ୍ୟବହୃତ ହେଉଥିବା ଅଲିଭା କାଳି ସଂପର୍କରେ ଆପଣଙ୍କର କୌଣସି ଧାରଣା ଅଛି କି? ଜାଣନ୍ତୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ କେତେ କାଳି ବ୍ୟବହାର ହେବ ?
୩୩ କୋଟି ଟଙ୍କାର କାଳି ବରାଦ ଦିଆଯାଇଛି।
ପାଖାପାଖି ୯୦ କୋଟି ମତଦାତାଙ୍କ ଲାଗି ଏହା ଉଦ୍ଦିଷ୍ଟ
୩୫୦ ମତଦାତାଙ୍କ ପାଇଁ ୧ ବଟଲ୍ କାଳି ଯଥେଷ୍ଟ ହୋଇଥାଏ।
/sambad/media/post_attachments/wp-content/uploads/2019/03/Election-Trivia_1_Infographics_3.jpg)
ନିର୍ବାଚନରେ ତୃତୀୟ ଲିଙ୍ଗ
୨୦୧୯ ନିର୍ବାଚନରେ ୩୮,୩୩୨ ତୃତୀୟଲିଙ୍ଗୀ ମତଦାତା ‘ଅନ୍ୟ’ ବର୍ଗରେ ମତଦାନ କରିବେ।
‘ଅନ୍ୟ’ ବର୍ଗରେ ତୃତୀୟଲିଙ୍ଗୀ ଓ କିନ୍ନର ସାମିଲ୍ ଅଛନ୍ତି
/sambad/media/post_attachments/wp-content/uploads/2019/03/Election-Trivia_1_Infographics_4-2.jpg)
ସବୁଠାରୁ ଅସଫଳ ନେତା
ଭାରତୀୟ ରାଜନୀତିରେ ସବୁଠାରୁ ଅସଫଳ ପ୍ରାର୍ଥୀ ହେଉଛନ୍ତି ତାମିଲନାଡୁ ସାଲେମର ଡ.କେ ପଦ୍ମରାଜ।
ସେ ୧୭୦ ଥର ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି
ତାମିଲନାଡୁର ଏହି ରାଜନେତାଙ୍କ ନାମ ‘ଲିମ୍କା ବୁକ୍ ଅଫ୍ ରେକର୍ଡସ’ରେ ଭାରତର ଜଣେ ଅସଫଳ ପ୍ରାର୍ଥୀ ଭାବେ ସ୍ଥାନ ପାଇଛି।
ସେ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ, ପ୍ରଣବ ମୁଖାର୍ଜୀ, ଏପିଜେ ଅବଦୁଲ୍ କାଲାମ, ଜୟଲଲିତା, ଏମ୍ କରୁଣାନିଧିଙ୍କ ବିରୋଧରେ ନିର୍ବାଚନ ଲଢ଼ି ହାରି ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Election-Trivia_1_Infographics_1.jpg)