ମତଦାନ କେନ୍ଦ୍ରରେ ଏ ସବୁ ଜିନିଷ କରିବା ବେଆଇନ୍‌

ଆଜି ଦେଶର ୧୦ଲକ୍ଷ ମତଦାନ କେନ୍ଦ୍ରରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟରେ ୯୧ଟି ଆସନ ପାଇଁ ମତଦାନ କରାଯାଇଛି । ୨୦୧୪ ତୁଳନାରେ ୨୦୧୯ରେ ୧୦ପ୍ରତିଶତ ଅଧିକ ମତଦାନ କେନ୍ଦ୍ର ତିଆରି କରାଯାଇଥିବା ଜଣା ପଡ଼ିଛି । ନିର୍ବାଚନ କମିସନଙ୍କ ଅନୁଯାୟୀ, ୨୦୧୪ରେ ୯ଲକ୍ଷ ମତଦାନ କେନ୍ଦ୍ର କରାଯାଇଥିବା ବେଳେ ୨୦୧୯ରେ ତାହା ୧୦ଲକ୍ଷରେ ପହଞ୍ଚିଛି । ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ସରି ଆସୁଥିବା ବେଳେ ଆମେ ଆପଣଙ୍କୁ ମତଦାନ କେନ୍ଦ୍ର ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛି । ଆଗାମୀ ପର୍ଯ୍ୟାୟରେ ମତଦାନ କରିବାକୁ ଯିବା ପୂର୍ବରୁ ମତଦାନ କେନ୍ଦ୍ରରେ କେଉଁ ସବୁ ଜିନିଷ କରିବା ବେଆଇନ୍‌ ଜାଣି ରଖନ୍ତୁ ।

୧. ଦେଶର ସବୁ ମତଦାନ କେନ୍ଦ୍ର ବାହାରେ ପୁଲିସକର୍ମୀ ମୁତୟନ ରହିଥାନ୍ତି । କିନ୍ତୁ କୌଣସି ପୁଲିସକର୍ମୀଙ୍କୁ ଭିତରକୁ ଯିବାର ଅନୁମତି ରହି ନଥାଏ । ଯଦି ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ଯାଇ ପୁଲିସକର୍ମୀ ମତଦାନ କେନ୍ଦ୍ର ଭିତରକୁ ଯାଇ ପାରିବେ ।

jansatta.com

୨. ମତଦାନ କେନ୍ଦ୍ରରେ ଆପଣ ନିଜର ଫୋନ ବ୍ୟବହାର କରି ପାରିବେ ନାହିଁ । ଯଦି ଆପଣ ଫୋନ ନେଇ ଯାଉଛନ୍ତି । ତେବେ ଫୋନ୍‌କୁ ବନ୍ଦ ରଖନ୍ତୁ କିମ୍ବା ସାଇଲେଣ୍ଟ ମୋଡ୍‌ରେ ରଖନ୍ତୁ । ମତଦାନ କେନ୍ଦ୍ରର ୧୦୦ମିଟର ଦୂରତା ମଧ୍ୟରେ ମଧ୍ୟ କୌଣସି ପୁଲିସକର୍ମୀ ମଧ୍ୟ ଫୋନର ବ୍ୟବହାର କରି ପାରିବେ ନାହିଁ ।

jansatta.com

୩. ଯେତେ ବଡ଼ ପଦରେ ପଦସ୍ତ ଥିଲେ ମଧ୍ୟ ମତଦାନ କେନ୍ଦ୍ରକୁ କେହି ନିଜ ସୁରକ୍ଷା ପାଇଁ ବନ୍ଧୁକ କିମ୍ବା ଛୁରି ନେଇ ଯାଇ ପାରିବେ ନାହିଁ ।

jansatta.com

୪. ମତଦାନ କେନ୍ଦ୍ରରେ ଏକା ସାଙ୍ଗରେ ୩-୪ ମତଦାତା ପ୍ରବେଶ କରି ପାରିବେ ନାହିଁ । କେବଳ ୨ଜଣ ମତଦାତା ଚାହିଁଲେ ଭିତରକୁ ଯାଇ ମତଦାନ କରି ପାରିବେ । ମତଦାନ କେନ୍ଦ୍ରକୁ କୌଣସି ପ୍ରକାରର ତରଳ ଜିନିଷ ନେଇ ଯିବା ଆଇନ ବିରୁଦ୍ଧ ।

jansatta.com
ସମ୍ବନ୍ଧିତ ଖବର