ନୂଆଦିଲ୍ଲୀ: ଭାରତ ଭଳି ଦେଶରେ ‌ଲୋକଙ୍କ ଭିତ‌ରେ ପ୍ରତିଭା ଭରି ରହିଛି। ଏହି ପ୍ରତିଭାକୁ ଆପଣାଇ ଅନେକ ସମୟରେ ଲୋକେ ଏମିତି ଜୁଗାଡ଼ ବସାଇ ଥାଆନ୍ତି କି ଯେଉଁ କାରଣରୁ ସେମାନେ ଚର୍ଚ୍ଚାର ପରିସରକୁ ଆସିଥାଆନ୍ତି। ଏମିତି ଏକ ଜୁଗାଡ଼ ପ୍ରସ୍ତୁତ କରିଛନ୍ତି ନଟୁଭାଇ।

Advertisment

୬୫ବର୍ଷର ବୃଦ୍ଧ ନଟୁଭାଇ ୪୨ବର୍ଷ ହେବ କାର ସଜାଡ଼ିବା କାମ କରି ଆସୁଛନ୍ତି। ନଟୁଭାଇ ନିକଟରେ ନିଜ ବୁଦ୍ଧି ବଳରେ ଏକ ରିଙ୍ଗ ବାଇକ ତିଆରି କରିଛନ୍ତି। ଏହି ସ୍ବତନ୍ତ୍ର ବାଇକର ଭିଡିଓ ବି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଭିଡିଓ ଦେଖି ଏହି ବାଇକକୁ  ‌ଲୋକେ ପସନ୍ଦ କରୁଥିବା ବେଳେ ଏହାକୁ ଚଲାଇବାକୁ ଇଚ୍ଛା ବି ରଖିଥିବା ପ୍ରତିକ୍ରିୟା ଦେଇ କହିଛନ୍ତି।

ସୁରଟର ମଜୁରା ଅଞ୍ଚଳରେ ରହୁଥିବା ନଟୁଭାଇ କିଛି ବି ପ୍ରଶିକ୍ଷଣ ନନେଇ କାର ସଜାଡ଼ିବା କାମ ଆରମ୍ଭ କରିଥିଲେ। ଏହି କାର ସଜାଡ଼ିବା କାମ କରୁଥିବା ସମୟରେ ସେ ନିଜର ଏକ ସ୍ବତନ୍ତ୍ର ଜୁଗାଡ଼ ଗାଡ଼ି ବାହାର କରିବେ ବୋଲି ସ୍ଥିର କରିଥିଲେ।

ଏହାପରେ ଏହି ବିଦ୍ୟୁତ ଚାଳିତ ସ୍ବତନ୍ତ୍ର ରିଙ୍ଗ ବାଇକ ନିର୍ମାଣ କରିବାର କାମ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ିଥିଲା। ଯେଉଁଦିନ ନଟୁଭାଇ ଏହି ରିଙ୍ଗ ବାଇକକୁ ରାସ୍ତାକୁ ଓହ୍ଲାଇଥିଲେ ସେଦିନ ତାଙ୍କ ପରିଶ୍ରମର ଫଳ ପାଇଯାଇଥିଲେ। ରାସ୍ତାରେ ରିଙ୍ଗ ବାଇକ ଚଲାଉଥିବା ‌ବେଳେ ଲୋକେ ତାଙ୍କୁ ଘୁରିଘୁରି ଚାହିଁବା ସହିତ ନଟୁଭାଇଙ୍କ କାମକୁ ବି ଭୁରିଭୁରି ପ୍ରଶଂସା କରୁଥିଲେ।