ଏହି ସୁନ୍ଦରୀ ଇଲେକ୍ଟ୍ରିସିଆନ୍‌ଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି ଲୋକେ

ନୂଆଦିଲ୍ଳୀ: ଆପଣ କେବେ କୌଣସି ମହିଳା ଇଲେକ୍ଟ୍ରିସିଆନ୍‌ଙ୍କୁ ଦେଖିଛନ୍ତି? ସାଧାରଣତଃ ଏହି ବୃତ୍ତିରେ ଆପଣ ପୁରୁଷଙ୍କୁ ହିଁ ଦେଖିଥିବେ। ମାତ୍ର ଯେତେ‌ବେଳେ କୌଣସି ସୁନ୍ଦରୀ ଯୁବତୀ ଇଲେକ୍ଟ୍ରିସିଆନ୍‌ ବନିଯାନ୍ତି ତ ତାଙ୍କୁ ଲୋକେ କିପରି ଦୃଷ୍ଟିରେ ଦେଖନ୍ତି ଜାଣିଛନ୍ତି? ଏପରି ଜଣେ ଯୁବତୀଙ୍କ ଉଦାହରଣ ଆମେ ଆଜି ଆପଣଙ୍କୁ ଦେବୁ, ଯିଏକି ଜଣେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରି ଖୁବ୍‌ ସନ୍ତୁଷ୍ଟ ଅଛନ୍ତି ନିଜ ବୃତ୍ତିକୁ ନେଇ।

ଇଲେକ୍ଟ୍ରିସିଆନ୍‌ ବୃତ୍ତିରେ ଥିବା ଏହି ଯୁବତୀ ଜଣକ ହେଉଛନ୍ତି ଅଷ୍ଟ୍ରେଲିଆର ବାସିନ୍ଦା। ତାଙ୍କ ନାମ ତେନିସା ମୁସ୍‌ମେକି। ତେନିସା କହନ୍ତି ଯେ ସେ ତାଙ୍କ ବୃତ୍ତିକୁ ନେଇ ବେଶ୍‌ ସନ୍ତୁଷ୍ଟ। ସେ କହନ୍ତି ଯେ ଇଲେକ୍ଟ୍ରିସିଆନ୍‌ ବୃତ୍ତିରେ ଥିବା ଯୋଗୁ ତାଙ୍କୁ ଲୋକେ ଭିନ୍ନ ଏକ ନଜରରେ ଦେଖନ୍ତି। ଏପରିକି ତାଙ୍କ ପଛରେ ଆଡୁ ସାଡୁ ଗପ ବି କରନ୍ତି।

ସେ ତାଙ୍କର କିଛି ଅଭିଜ୍ଞତାକୁ ଲୋକଙ୍କ ସହ ବାଣ୍ଟି କରି କହିଛନ୍ତି, ‘ଥରେ କାମ କରୁଥିବା ବେଳେ ଜଣେ ବୟସ୍କ ବ୍ୟକ୍ତି ମୋର ଫଟୋ ଉଠାଉଥିଲେ। କେତେ ଥର କିଛି ଅଭଦ୍ର କଥା ବି ଲୋକେ ମୋ ବିଷୟରେ କହୁଥିବାର ଶୁଣିଛି। ଏପରିକି ମୋ ପଛରେ କିଛି ଲୋକ ପିଛା ବି କରିଛନ୍ତି ଅଧିକାଂଶ ସମୟରେ। ମୁଁ ଜଣେ ମହିଳା ହୋଇ ଏପରି ବୃତ୍ତିରେ ଥିବାରୁ ମୋତେ ଅନେକ ଥର ସମାଲୋଚିତ ହେବାକୁ ପଡ଼ିଛି। ମାତ୍ର ମୁଁ ସେ ସବୁକୁ ଖାତିର କରେନି। ଯଦି ପୁରୁଷ ସେ କାମ କରି ପାରୁଛନ୍ତି ତ ମୁଁ ବି ତାହାକୁ କରି ଦେଖାଇବି ବୋଲି ମୋ ଭିତରେ ଜିଦ୍‌ ରହିଛି।’

ସମ୍ବନ୍ଧିତ ଖବର