ଏମିତି ଗାଆଁ, ଯେଉଁଠି ବିଦ୍ୟୁତ୍‌ ବଦଳରେ ଦେବାକୁ ପଡେ ଧାନ, ଗହମ

ମୁରାଦାବାଦ୍‌ : ମୁରାଦାବାଦ୍‌ ଜିଲ୍ଲାରେ ଏମିତି ଏକ ଗାଆଁ ଅଛି, ଯେଉଁଠି ଆଜି ବି ଲୋକଙ୍କୁ ବିଦ୍ୟୁତ୍‌ ବଦଳରେ ଧାନ ଓ ଗହମ ଦେବାକୁ ପଡୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ଲାଗି ସେମାନଙ୍କୁ ଡାଲି, ଘିଅ ଓ ଦୁଧ ବି ଦେବାକୁ ପଡୁଛି।

ଗାଆଁରେ ଆଠ ବର୍ଷ ହେବ ବିଦ୍ୟୁତ୍‌ ଲାଇନ୍‌ ଅଛି। କିନ୍ତୁ କାହାରି ଘରେ ଇଲେକ୍ଟ୍ରି ମିଟର ନାହିଁ। ଗ୍ରାମବାସୀଙ୍କ କାମକୁ ଲକ୍ଷ୍ୟ କରି ଲାଇନ୍‌ମ୍ୟାନ୍‌ କେଉଁ ଗ୍ରାମବାସୀ କେତେ ଟଙ୍କା ଖାଦ୍ୟଶସ୍ୟ ଦେବେ, ତାହା ସ୍ଥିର କରିଥାନ୍ତି। ଏହି କାମ ଚାଲୁଥିବା ବେଳେ ଆଠବସ୍ତା ଧାନ ଛାଡ଼ି ଲାଇନ୍‌ମ୍ୟାନ୍‌ ଦୌଡ଼ି ପଲାଇଥିଲେ।

ଭାରତୀୟ ଜନତାପାର୍ଟିର ଜିଲ୍ଲା ସଭାପତିଙ୍କ ହସ୍ତକ୍ଷେପ ଫଳରେ ଏହି ପ୍ରସଙ୍ଗରେ ଦୁଇଜଣଙ୍କ ନାଆଁରେ ମାମଲା ରୁଜୁ କରାଯାଇଛି। ଏହି ଗାଆଁ ହେଲା ଭଗତପୁର ଥାନା ଅଞ୍ଚଳର  ହରଚନ୍ଦର ମଝରା। ଗ୍ରାମବାସୀମାନେ ନିଜ ନିଜ ଘରେ ମିଟର ଲଗାଇବା ଲାଗି ବିଦ୍ୟୁତ୍‌ ବିଭାଗକୁ ନିବେଦନ କରିଥିଲେ ବି କିଛି ସୁଫଳ ମିଳିନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର