ପ୍ରଦୂଷିତ ଜଳରୁ ଉତ୍ପନ୍ନ ହେବ ବିଜୁଳି!

ମୋବାଇଲ ଚାର୍ଜ ହେବା ସହ ଜଳିବ ବଲବ୍, ବୁଲିବ ପଙ୍ଖା

ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବା ହେତୁ ଜଳ, ବାୟୁ ସବୁ ପ୍ରଦୂଷିତ ହେଉଛି । ଏଥିପାଇଁ ସରକାର ମଧ୍ୟ ଚିନ୍ତିତ । ପ୍ରଦୂଷଣ ଏବେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରଦୂଷିତ ଜଳରୁ ବିଜୁଳି ଉତ୍ପାଦିତ ହୋଇପାରିବ ।  ରାୟପୁରର ଏକ ୟୁନିଭର୍ସିଟିର ବାୟୋଟେକ୍ନୋଲୋଜି ବିଭାଗର ଗବେଷକମାନେ ଏନେଇ ରିସର୍ଚ୍ଚକୁ ତ୍ୱରାନ୍ୱିତ କରୁଛନ୍ତି ।  ସୂଚନା ଅନୁସାରେ ଗତ ବର୍ଷ ହିଁ ମଇଳା ଜଳରୁ ବିଜୁୂଳି ଉତ୍ପାଦନ କରିବାର ସଫଳତା ହାସଲ କରିଛନ୍ତି ବାୟୋଟେକ୍ନୋଲୋଜି ବିଭାଗର ଗବେଷକ।

ଅପରିଷ୍କାର ପାଣିରେ ରହୁଥିବା ଇଲେକ୍ର୍ଟ୍ରୋ ବ୍ୟାକ୍ଟେରିଆକୁ ଖୋଜି ଜୈବିକ ପ୍ରଣାଳୀରେ ବିଜୁଳି ଉତ୍ପାଦନ ହୋଇପାରୁଛି । ଏପରି ହେବାଦ୍ୱାରା କମ ଖର୍ଚ୍ଚରେ ମାସ ମାସ ପର୍ଯ୍ୟନ୍ତ ବିଜୁଳି ଉତ୍ପାଦନ ହୋଇପାରିବ ବୋଲି ଗବେଷକମାନେ ମତ ଦେଉଛନ୍ତି । କେବଳ ମଇଳା ପାଣିରୁ ନୁହେଁ ଚାଉଳ ସିଝିବା ପରେ ସେଥିରୁ ବାହାରୁ ଥିବା ତୋରାଣୀରୁ ମଧ୍ୟ  ଜୈବିକ ଉପୟାରେ ବିଜୁଳି ଉତ୍ପର୍ଣ୍ଣ କରିବା ପାଇଁ ବ୍ୟାକ୍ଟେରିଆ ଉପରେ ଗବେଷଣା କରାଯାଉଛି ।

ସୂଚନାଯୋଗ୍ୟ ବିଭାଗର ଗବେଷଣା କରୁଥିବା ପ୍ରଫେସର କହିଛନ୍ତି ମଇଳା ପାଣିରୁ ଉତ୍ପର୍ଣ୍ଣ ହେଉଥିବା ବିଜୁଳିରୁ ଚାରି ଭୋଲ୍ଟର ଏଲଇଡ଼ି ବଲ୍ୱ, ୟୁଏସବି ଫ୍ୟାନ୍ ଓ ସାଧାରଣ ମୋବାଇଲ ଚାର୍ଜ କରିହେବ । ତେବେ ଗବେଷକମାନେ ଏହାର କ୍ଷମତା ବଢ଼ାଇ ପେଟେଣ୍ଟ କରାଇବା ପାଇ ପ୍ରସ୍ତୁତି କରୁଛନ୍ତି ।

ସମ୍ବନ୍ଧିତ ଖବର