ହାତୀ ମଳ କଣ୍ଢେଇ

ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ କେନ୍‌ଜାସ୍‌ରେ ଥିବା ‘ତୋପେକା ଚିଡ଼ିଆଖାନା’ରେ ପ୍ରାଣୀ କଲ୍ୟାଣ ପାଣ୍ଠି ସ˚ଗ୍ରହ ପାଇଁ ହାତୀର ମଳକୁ କାମରେ ଲଗାଯାଉଛି। କିଛି ସ୍ବେଚ୍ଛାସେବୀ ଶିଳ୍ପୀ, ହାତୀ ମଳରେ କଣ୍ଢେଇ ବନାଉଛନ୍ତି। ରଙ୍ଗ-ବେରଙ୍ଗ କଣ୍ଢେଇଗୁଡ଼ିକ ବିକ୍ରି କରାଯାଉଛି; ଚିଡ଼ିଆଖାନା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କିଣୁଛନ୍ତି। ଶିଳ୍ପୀ କେଟ୍‌ ଲାରସିସନ୍‌ କହନ୍ତି, ହାତୀ ମଳରେ କଣ୍ଢେଇ ତିଆରି କରିବା ବେଶ୍‌ ସହଜ। କମ୍‌ ଦୁର୍ଗନ୍ଧଯୁକ୍ତ ମଳ ପାଇଁ ହାତୀଙ୍କୁ କେବଳ ଶୁଖିଲା ନଡ଼ା ଓ ଶସ୍ୟ ଖାଇବାକୁ ଦିଆଯାଉଛି। ମଳକୁ ଖରାରେ ପ୍ରାୟ ଦଶ ଦିନ ଶୁଖାଇବା ପରେ, ଅଠା ସାହାଯ୍ୟରେ ନାନା ରୂପ ଦିଆଯାଉଛି। ଶେଷରେ ଆକ୍ରେଲିକ୍‌ ରଙ୍ଗ, କପଡ଼ା ଓ ର˚ଗିନ କାଗଜରେ ସଜାଯାଉଛି। ଚିଡ଼ିଆଖାନାରେ ଉଭୟ ଏସୀୟ ଓ ଆଫ୍ରିକୀୟ ହାତୀ ଥିଲେ ହେଁ କୌଣସି ଅଜ୍ଞାତ କାରଣରୁ କେବଳ ଆଫ୍ରିକୀୟ ହାତୀଙ୍କ ମଳକୁ ଏହି କାର୍ଯ୍ୟରେ ଲଗାଯାଉଛି।

ସମ୍ବନ୍ଧିତ ଖବର