ଜଙ୍ଗଲରେ ଦୋଳି ଝୁଲିବା ହାତୀକୁ ମହଙ୍ଗା ପଡ଼ିଲା: ଭିଡିଓ ଦେଖିଲେ ଆପଣ ବି ହସିହସି ବେଦମ ହୋଇଯିବେ

ନୂଆଦିଲ୍ଲୀ: ଜଙ୍ଗଲରେ ଦୋଳି ଝୁଲୁଥିବା ସମୟରେ ଏକ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ହାତୀଟି ଜଙ୍ଗଲରେ ଏକ ଦୋଳି ଝୁଲିବାକୁ ଚେଷ୍ଟା କରୁଛି। କିନ୍ତୁ ସେ ଏଥିରେ ଫସି ଯାଉଛି ଏବଂ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ତାର ଗୋଡ଼ ସେଥିରେ ଫସି ଯାଉଛି।

Elephant Hang On Tree Video Goes Viral On Social Media ...
Amar Ujala

ଏହି ଭିଡିଓକୁ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଯାହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତ ଏହି ହାତୀ ଭିଡିଓ ପୂର୍ବରୁ କରୋନା ମହାମାରୀ ସମୟରେ ଏକ ମାଙ୍କଡ଼  କପଡ଼ା ଧରି ମୁହଁ ଗୁଡ଼ାଇ ହୋଇ ବୁଲୁଥିବାର ଭିଡିଓ ସେୟାର କରିଥିଲେ। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ୍‌ ପସନ୍ଦ ବି କରିଥିଲେ। କେବଳ ଯେ ମାଙ୍କଡ଼ ଓ ହାତୀର ଭିଡିଓ ନୁହେଁ ଏହାପୂର୍ବରୁ ସେ ଅନେକ ପଶୁପକ୍ଷୀଙ୍କ ଭିଡିଓକୁ ଟୁଇଟ କରି ଚର୍ଚ୍ଚାରରେ ରହିଛନ୍ତି।

ହାତୀ ଦୋଳି ଝୁଲିବାର ଭିଡିଓ ସେୟାର କରି ସୁଶାନ୍ତ କ୍ୟାପସନରେ ଲେଖିଥିଲେ, ଦୋଳି ଝୁଲିବା ପାଇଁ ଶରୀର ବହୁତ ଭାରୀ ହୋଇଯାଉଛି।

ସୁଶାନ୍ତଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଥର ଦେଖା ଯାଇ ସାରିଥିବା ବେଳେ ଏହି ଭିଡିଓକୁ ୨୦୦ରୁ ଅଧିକ ଥର ରିଟୁଇଟ କରାଯାଇଛି। ହାତୀର ଏହି ମଜାଦାର ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେବା ବି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର