ଶୁଣ୍ଢରେ ରଙ୍ଗ ତୂଳୀ ଧରି ନିଜର ଅବିକଳ ଚିତ୍ର ଆଙ୍କୁଛି ହାତୀ

ନୂଆଦିଲ୍ଲୀ: ପଶୁମାନଙ୍କର ଅନେକ ମଜାଳିଆ ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହାକୁ ନିଜ ଆଖିରେ ଦେଖି ମଧ୍ୟ ବିଶ୍ବାସ କରି ହୁଏ ନାହିଁ। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଏକ ହାତୀର ଅଟେ ।

ଏହି ଭିଡିଓରେ ଏକ ହାତୀ ନିଜର ଚିତ୍ର ତିଆରି କରୁଥିବା ଦେଖିବାକୁ ମିଳୁଛି। ହାତୀ ଏତେ ସୁନ୍ଦର ଚିତ୍ର କରୁଛି ଯେ ସୋସିଆଲ ମିଡିଆ ବ୍ୟବହାରକାରୀ ଏ ଦୃଶ୍ୟକୁ ବିଶ୍ବାସ କରି ପାରୁ ନାହାନ୍ତି।

 

ଭାଇରାଲ୍ ହୋଇଥିବା ଏହି ଭିଡିଓକୁ ଆଇଏଫଏସ୍ ଅଧିକାରୀ ପ୍ରବୀଣ ଆଙ୍ଗୁସାମି ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ହାତୀଟି ନିଜ ଶୁଣ୍ଢରେ ଏକ ରଙ୍ଗ ତୂଳୀ ଧରିଛି। ଆଉ ଏହି ତୂଳୀ ସାହାଯ୍ୟରେ ନିଜର ଏକ ଚିତ୍ର ଆଙ୍କୁଛି।

ହାତୀର ଏହି ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୬ ହଜାରରୁ ଅଧିକ ଥର ଦେଖାଯାଇଛି । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି, ‘ଏହି ପୃଥିବୀରେ କିଛି ଅସମ୍ଭବ ନୁହେଁ’।

ସମ୍ବନ୍ଧିତ ଖବର