ରଜ ଆସୁଛି, ସିଏ ମରୁଛି…!

ଆସିଛି ରଜ, ଗାଁ ଦାଣ୍ଡ ଦୁଲୁକୁଛି | ପାଦରେ ଅଳତା, ପାଟିରେ ପାନ ଖାଇ କୁମାରୀ ସଜେଇହୋଇଛନ୍ତି | ଦୋଳିରେ ଝୁଲୁଝୁଲୁ ଗୀତ ଗାଉଛନ୍ତି ବନସ୍ତେ ଡ଼ାକିଲାଣି ଗଜ, ବରଷକେ ଥରେ ଆସିଛି ରଜ | ପାରମ୍ପରିକ ଓଡ଼ିଆ ସଂସ୍କୃତିର ଏହି ଲୋକଗୀତ ଏବେ ହୁଏତ କିଛିକାଂଶରେ ବଦଳିଯାଇଛି | କାରଣ ଜଙ୍ଗଲରେ ଗଜ ବା ହାତୀ ଡାକିବା ବଦଳରେ ଜାତୀୟ ରାଜପଥରେ ରଡି କରୁଥିବାର ଶୁଣିବାକୁ ମିଳୁଛି | କେତେବେଳେ ବିଦ୍ୟୁତ ଆଘାତରେ ପ୍ରାଣ ଯାଉଛି ତ କେତେବେଳେ ପୁଣି ଶିକାରୀଙ୍କର ଶିକାର ହେଉଛନ୍ତି ଗଜରାଜ|

ଜଙ୍ଗଲରେ ଦିନକୁ ଦିନ କମିଯାଉଥିବା ଖାଦ୍ୟ ଯୋଗୁଁ ଜନବସତି ଆଡକୁ ମାଡିଆସୁଛନ୍ତି ହାତୀ | ଚାଲୁଛି ହାତୀ-ମଣିଷ ଲଢେଇ | ମିଳିଥିବା ସୂଚନା ମୁତାବକ ୨୦୧୦ରୁ ୨୦୧୬ ମଧ୍ୟରେ ୩୬୨ ଜଣ ଲୋକଙ୍କର ହାତୀ ଆକ୍ରମଣରେ ଜୀବନ ଗଲାଣି | ସେହିପରି ୨୦୧୦ରୁ ୨୦୧୮ ମଧ୍ୟରେ ୫୯୧ଟି ହାତୀଙ୍କର ମୃତ୍ୟୁ ହୋଇଛି |

ହାତୀଙ୍କର ଜନ୍ମ ତୁଳନାରେ ଅଧିକ ମୃତ୍ୟୁ ହେଉଛି, ଯାହାକି ପରିବେଶବିତଙ୍କୁ ଚିନ୍ତାରେ ପକାଇଛି | ରେଳଧାରଣା ପାର କରିବାବେଳେ କେତେବେଳେ ଟ୍ରେନ ଧକ୍କାରେ ଜୀବନ ଯାଉଛି ତ କେତେବେଳେ ମୂଲ୍ୟବାନ ଦାନ୍ତ ପାଇଁ ଶିକାରୀଙ୍କ ଲୋଲୁପ ନଜରରେ ଏହି ଜୀବଟି ପଡୁଛି | ହୁଏତ ଭଵିଷ୍ୟତରେ ‘ବନସ୍ତରୁ ଡାକୁନି ଗଜ,ସଫା ହେଲାଣି ଗଜ ବଂଶଜ,ପାନ୍ଥ ନିବାସରେ ପାଳିବା ରଜ’ ଶୁଣିବାକୁ ମିଳିପାରେ |

ସମ୍ବନ୍ଧିତ ଖବର