ମୁମ୍ବାଇ: ସୋସିଆଲ ମିଡିଆରେ ଏକ ହାତୀର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ହସିହସି ବେଦମ ହୋଇଯିବେ।
ଏକ ହାତୀ ରେଳ ଷ୍ଟେସନରେ ପହଞ୍ଚି ଧାରଣାରେ ଦୌଡ଼ିବାକୁ ଲାଗିଥିଲା। ଏହି ସମୟରେ ପ୍ଲାଟଫର୍ମରେ ଯିଏବି ଥିଲେ ହାତୀକୁ ସେଠାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନ୍ୟ ଏକ ପ୍ଲାଟଫର୍ମରେ ଟ୍ରେନ ବି ଛିଡା ହୋଇଥିଲା । ଏହି ମଜାଦାର ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ସେୟାର କରିଛନ୍ତି।
ଭିଡିଓରେ ଏହା ଦେଖିବାକୁ ମିଳୁଛି, ଯେ ହାତୀ ପ୍ଲାଟଫର୍ମ ନିକଟରେ ଥିବା ଟ୍ରାକରେ ଦୌଡ଼ୁଛି। ଷ୍ଟେସନରେ କିଛି ଲୋକ ଉପସ୍ଥିତ ମଧ୍ୟ ଅଛନ୍ତି। ସେମାନେ ଏହି ଘଟଣାର ଦୃଶ୍ୟ କୈଦ କରିବା ପାଇଁ କ୍ୟାମେରା ବାହାର କରି ଭିଡିଓ ରେକର୍ଡିଂ ଆରମ୍ଭ କରି ଦେଇଥିଲେ।
यात्रीगण कृपया ध्यान दें, #गजानन_एक्सप्रेस कुछ ही समय मे प्लेटफार्म नंबर 6 से गुज़रेगी. अपने-अपने कैमरे निकाल लें और सुरक्षित दूरी बनाकर रखें...
😂😂 pic.twitter.com/49xEve13pP— Dipanshu Kabra (@ipskabra) March 27, 2021
ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା କ୍ୟାପସନରେ ଲେଖିଛନ୍ତି, 'ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, # ଗଜାନନ୍_ ଏକ୍ସପ୍ରେସ୍ ଅଳ୍ପ ସମୟ ମଧ୍ୟରେ ପ୍ଲାଟଫର୍ମ ନମ୍ବର ୬ରେ ଆସିବ। ଆପଣମାନେ କ୍ୟାମେରା ବାହାର କରି ସୁରକ୍ଷିତ ଭାବେ ଦୂରତା ରଖନ୍ତୁ ...।’
ଏହି ଭିଡିଓକୁ ସେ ମାର୍ଚ୍ଚ ୨୭ରେ ସେୟାର କରିଥିଲେ, ଯାହାକୁ ଏପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ୨ ହଜାରରୁ ଅଧିକ ଲାଇକ୍ ଏବଂ ୨୦୦ରୁ ଅଧିକ ରି-ଟୁଇଟ କରାଯାଇଛି।