ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କୁ ନେଇ ଅନେକ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ କିଛି ଭିଡିଓ ଦେଖିବା ପ‌ରେ ମନଖୁସି ହୋଇଯାଉଥିବା ବେଳେ ଆଉ କିଛି ଭିଡିଓ ଦେଖି ନିରାଶ ହେବାକୁ ପଡ଼ିଥାଏ।

Advertisment

ଏହି କ୍ରମରେ ସୋସିଆଲ ମିଡିଆରେ ହାତୀକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖି ହାତୀକୁ ଦିଆଯାଉଥିବା ନିର୍ଯାତନା ପାଇଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାଟି କେବେ ଘଟିଛି ଓ କେଉଁଠିକାର ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଏକ ପାହାଡ ଓ ରାସ୍ତା ମଧ୍ୟରେ ଧଳା ରଙ୍ଗର କାର ଫସି ଯାଇଛି। ଏହି କାରକୁ ଟାଣି ରାସ୍ତାକୁ ଆଣିବା ପାଇଁ ଏକ ହାତୀକୁ ଲଗାଯାଇଛି। ହାତୀ ଉପରେ ମାହୁନ୍ତ ବସିଛନ୍ତି। ସେ ହାତୀକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି।

ଯେମିତି ଯେମିତି ହାତୀ ଆଗକୁ ବଢ଼ୁଛି ପାହାଡ଼ ଭିତରୁ କାର ଧୀରେଧୀରେ ବାହାରକୁ ଆସୁଛି। କାରଣ ହାତୀ ପିଠିରେ ଏକ ଦୌଡ଼ି ବନ୍ଧା ଯାଇଛି। ଏହି ଦୌଡ଼ିକୁ ପୁଣି କାର ସହିତ ସଂଯୋଗ କରାଯାଇଛି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟର ହୋଇଛି। ଏହି ପୋଷ୍ଟର କ୍ୟାପସନରେ ଲେଖାହୋଇଛି, ଦୟାକରି ବନ୍ୟଜନ୍ତୁଙ୍କ ଉପରେ ଏଭଳି ଅତ୍ୟାଚାର କରନ୍ତୁ ନାହିଁ, ଏସବୁ ବନ୍ଦ କରନ୍ତୁ। ଆମେ ଆମ ସ୍ବାର୍ଥ ପାଇଁ ପଶୁପକ୍ଷୀଙ୍କ ସହିତ ଏମିତି ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।