ଦୁଇଗୋଡ଼ରେ ହାତୀକୁ ଛିଡ଼ା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକଥର ହାତୀକୁ ନେଇ ମଜାଳିଆ ଏବଂ ସୁନ୍ଦର ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଛି। କିନ୍ତୁ, ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି, ଆପଣ ଏପରି ଭିଡିଓ କେବେ ଦେଖି ନଥିବେ।

ଆପଣ କେବେ କେବେ ହାତୀ ଯୋଗ କରୁଥିବା ଦେଖିଛନ୍ତି କି? ଯଦି ଆପଣ ଦେଖି ନାହାଁନ୍ତି, ତେବେ ବର୍ତ୍ତମାନ ଦେଖନ୍ତୁ । କିଛିଦିନ ହେବ ‌ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ହାତୀ ଦୁଇ ଗୋଡରେ ଠିଆ ହୋଇ ଯୋଗ କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ‌ଲେଖିଛନ୍ତି, ଉଧର୍ବ ହସ୍ତାସନ। ଏହି ଭିଡିଓରେ ଆପଣ ନିଜେ ଦେଖି ପାରୁଥିବେ କି ହାତୀ କିପରି ଦୁଇଟି ଗୋଡ଼ରେ ଛିଡ଼ା ହୋଇ ଗଛରୁ ପତ୍ର ତୋଳୁଛି।

ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। କାରଣ ହାତୀକୁ ଏଭଳି ଦୁଇଟି ଗୋଡ଼ରେ ଛିଡ଼ା ‌ହେବା ଆଗରୁ କେବେ ଦେଖିବାକୁ ମିଳି ନଥିଲା।

 

ଭିଡିଓକୁ ଏଯାବତ ୭ହଜାରରୁ ବି ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡିଓକୁ ଲୋକେ ଅଧିକ ପସନ୍ଦ କରିବା ସହିତ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ହାତୀର ବି ଖୁବ୍ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର