ହାତୀ ହରାଇ ଦେଇଥିଲା ଗୋଟିଏ ଗୋଡ, ପଶୁ ପ୍ରେମୀଙ୍କ ସାହାଯ୍ୟ ପାଇଁ ପୁଣି ଚାଲିବାକୁ ହେଲା ସକ୍ଷମ

ନୂଆଦିଲ୍ଲୀ: ମଣିଷ ହେଉ ଅବା ପଶୁ ଶରୀରର ଯଦି କୌଣସି ଅଙ୍ଗ ଅଚଳ ବା ନଷ୍ଟ ହୋଇଯାଏ ତେବେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଦେଖିବାକୁ ଗଲେ ଏଭଳି ପରିସ୍ଥିତିରେ ମଣିଷକୁ ସାହା ହେବା ପାଇଁ ତାର ପରିବାର ରହିଥାଆନ୍ତି। କିନ୍ତୁ ପଶୁପକ୍ଷୀଙ୍କ ଯଦି କୌଣସି କାରଣରୁ ଶରୀରର ଅଙ୍ଗ ଅଚଳ ବା ନଷ୍ଟ ‌ହୋଇଯାଉଛି ତାହା ସେମାନଙ୍କ ପାଇଁ ମୃତ୍ୟୁ ସହିତ ସମାନ ହୋଇଥାଏ।

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ପଶୁପକ୍ଷୀଙ୍କ ଏଭଳି ପରିସ୍ଥିତିରେ ସ୍ବଇଚ୍ଛାରେ ସାହାଯ୍ୟ ପାଇଁ ଆଗେଇ ଆସିଥାଆନ୍ତି। ନିକଟରେ ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଏକ ହାତୀର ଗୋଡ଼ ନଥିବା ବେଳେ ଜଣେ ବ୍ୟକ୍ତି ସେହିସ୍ଥାନରେ ପ୍ଲାଷ୍ଟିକ ଗୋଡ଼ ଖଞ୍ଜି ଦେଉଛନ୍ତି। ଯେଉଁ କାରଣରୁ ହାତୀଟି ଚାଲିବାକୁ ପୁଣିଥିରେ ସକ୍ଷମ ହୋଇପାରୁଛି।

 

ଆଇଏଏସ ସୁପ୍ରିୟା ସାହୁ ଟୁଇଟରେ ଯେତେବେଳ ଏହି ଭିଡିଓକୁ ସେୟାର କରିଥିଲେ ଅନେକ ଲୋକ ମାନବିକତାର ବହୁତ ପ୍ରଶଂସା କରିଛନ୍ତି। ‌ସେ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଏକ କୃତ୍ରିମ ଗୋଡ଼ ସାହାଯ୍ୟରେ ହାତୀ ପୁଣି ଥରେ ଚାଲିବାକୁ ସକ୍ଷମ ହୋଇ ପାରିଛି। ଯାହାକି ତା’ ପାଇଁ ଏକ ନୂଆ ଜୀବନ ପାଇବା ସହିତ ସମାନ ହୋଇଛି।

ଟୁଇଟର ବ୍ୟବହାରକାରୀ @AsiaNews_FR ଦ୍ବାରା ସେୟାର କରାଯାଇଥିବା ଏହି ଭିଡିଓ ପୋଷ୍ଟ ହେବା ପରେ  ଏହାକୁ ୬୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଅଧିକରୁ ଅଧିକ ଲାଇକ ମିଳି ଚାଲିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଭିଡିଓଟି କେଉଁଠିକାର ଓ କେବେ କୈଦ କରାଯାଇଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର