ଗୁଜୁରାଟ ପରେ ସାମ୍ନାକୁ ଆସିଲା ଦିଲ୍ଲୀ ମହିଳା ପୁଲିସଙ୍କ ଟିକ୍‌ଟକ୍‌ ଭିଡିଓ

ନୂଆଦିଲ୍ଲୀ: ଗୁଜୁରାଟ ପୁଲିସକୁ ନେଇ ନିକଟରେ ଏକ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବା ଘଟଣା ଥମି ନ ଥିବା ବେଳେ ଏବେ ଦିଲ୍ଲୀ ପୁଲିସର ଏକ ଟିକଟକ୍ ଭିଡିଓ ଭାଇରାଲ୍‌ ହୋଇଛି। ଏଥିରେ ଦୁଇ ମହିଳା ପୁଲିସ ଡିୟୁଟି ସମୟରେ ଟିକ୍‌ଟକ୍‌ ଭିିଡିଓ ବନାଇଥିବା ଦେଖିବାକୁ ମିଳୁଛି।

ଏହି ଭାଇରାଲ ଭିଡିଓରେ ଦୁଇ ମହିଳା ପୁଲିସକର୍ମୀ ଏକ ଚର୍ଚ୍ଚିତ ହରିୟାଣା ଗୀତରେ ଅଭିନୟ କରୁଥିବା ନଜର ଆସୁଛି। ଦୁହେଁ ରାସ୍ତାପାର୍ଶ୍ୱରେ ଛିଡା ହୋଇଛନ୍ତି, ଯାହାକୁ ଦେଖି ଲାଗୁଛି କି ଦୁହେଁ ଏଠାରେ ଡିୟୁଟି ପାଇଁ ନିୟୋଜିତ ହୋଇଛନ୍ତି। ଭିଡିଓ ଆରମ୍ଭରେ ଜଣେ ପୁଲିସକର୍ମୀ ନଜର ଆସୁଥିବା ବେଳେ ଅନ୍ୟଜଣେ ସ୍କ୍ରିନ୍‌କୁ ପଛ କରି ଛିଡା ହୋଇଛନ୍ତି । କିନ୍ତୁ ମଝିରେ ଉକ୍ତ ପୁଲିସକର୍ମୀ ବି ଏହି ଭିଡିଓରେ ଯୋଗ ଦେଉଛନ୍ତି।

ଦୁହିଁଙ୍କ ପୋଷାକରୁ ଜଣାପଡ଼ୁଛି କି ଏହି ଭିଡିଓ ଦିଲ୍ଲୀର। ତେବେ ଏହା ଦିଲ୍ଲୀର କେଉଁସ୍ଥାନର ତାହା ସ୍ପଷ୍ଟ ହୋଇପାରି ନାହିଁ। ଭିିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।

ସମ୍ବନ୍ଧିତ ଖବର