ଗ୍ରୀଷ୍ମ ଋତୁରେ ଉତ୍ତାପ ବଢ଼ିବା ସହିତ ଝଡ଼ ଓ ବଜ୍ରପାତ ଜନିତ ବିପଦ ମଧ୍ୟ ବଢ଼ିଥାଏ। ତେବେ ଝଡ଼ ସମୟରେ ବଜ୍ରପାତ ବିଷୟରେ ଅନେକ ଭ୍ରାନ୍ତ ଧାରଣା ବହୁଳ ଭାବରେ ପ୍ରସାରିତ ହୋଇ ଆସିଛି, ଯାହା ଲୋକଙ୍କୁ ବିପଦରେ ପକାଇଥାଏ। ଆଜି ସେଭଳି କିଛି ଭ୍ରାନ୍ତ ଧାରଣା ଓ ତାହାର ସତ୍ୟାସତ୍ୟ ବାବଦରେ ଆଲୋଚନା କରିବା। ସେଥି ମଧ୍ୟରୁ ଗୋଟିଏ ବହୁ ପ୍ରଚାରିତ ଧାରଣା ହେଉଛି ବଜ୍ରପାତ ସମୟରେ ଗାଧୋଇବା ନିରାପଦ। ମାତ୍ର ତାହା ସଂପୂର୍ଣ୍ଣ ଭୁଲ୍ ଏବଂ ଘାତକ ମଧ୍ୟ ହୋଇପାରେ। ବିଜୁଳି ମାରିଲେ ତା’ ସଂସ୍ପର୍ଶରେ ଆସି ତାର କିମ୍ବା ପ୍ଲମ୍ବିଂ ପାଇପ୍ ଚାର୍ଜ ହୋଇଯାଏ। ଅର୍ଥାତ୍ ଗାଧୋଇବା, ବାସନ ଧୋଇବା କିମ୍ବା ଟ୍ୟାପ୍ରୁ ପାଣି ବହିବା କ୍ଷତି ପହଞ୍ଚାଇପାରେ। ଏପରିକି ଅଣ-ଧାତୁ ପାଇପ୍ ମଧ୍ୟ ପାଣି ମାଧ୍ୟମରେ ବିଦ୍ୟୁତ୍ ପରିବହନ କରିପାରିବ। ଆଉ ଏକ ଧାରଣା ରହିଛି, ଝଡ଼ ସମୟରେ ଫୋନ୍ ବ୍ୟବହାର କରିବା ଠିକ୍ ନୁହେଁ, ମାତ୍ର ବେତାର ହୋଇଥିଲେ, ଫୋନ୍ ବ୍ୟବହାର କରିହେବ। ଚାର୍ଜ ହେଉ ନ ଥିଲେ ମୋବାଇଲ୍ ଫୋନ୍ ସୁରକ୍ଷିତ ରହିଥାଏ।
ଗୋଟିଏ ସ୍ଥାନରେ ଦୁଇଥର ବଜ୍ରପାତ ହୁଏ ନାହିଁ ବୋଲି ରହିଥିବା ଧାରଣା ଭୁଲ୍। ନ୍ୟୁୟର୍କର ଏମ୍ପାୟାର ଷ୍ଟେଟ୍ ବିଲଡିଂରେ ବର୍ଷକୁ ପ୍ରାୟ ୨୩ ଥର ବଜ୍ରପାତ ହୋଇଥାଏ।
ଯଦି ଫୋନ୍ ଚାର୍ଜ ହେଉଥାଏ ତେବେ ବଜ୍ରପାତ ସମୟରେ ଏହାକୁ ଧରିଲେ ତାହା ବିପଜ୍ଜନକ ହୋଇପାରେ। ସେହିପରି ବଜ୍ରପାତ ଦ୍ବାରା ଆହତ ବ୍ୟକ୍ତିଙ୍କୁ ଛୁଇଁବା ଉଚିତ ନୁହେଁ ବୋଲି ରହିଥିବା ଧାରଣା ସମ୍ପୂର୍ଣ୍ଣ ଭୁଲ୍। ଆହତଙ୍କ ଦେହରେ ବୈଦ୍ୟୁତିକ ଚାର୍ଜ ନଥାଏ। ତେଣୁ ତାଙ୍କୁ ଛୁଇଁବା ନିରାପଦ ଏବଂ ଯଥାଶୀଘ୍ର ତାଙ୍କର ଚିକିତ୍ସା କରିବା ଗୁରୁତ୍ୱପୂର୍ଣ୍ଣ। ବର୍ଷା ନ ହେଲେ ବଜ୍ରପାତ ହେବ ନାହିଁ ବୋଲି ରହିଥିବା ଧାରଣା ମଧ୍ୟ ଭୁଲ୍। ଯଦି ଘଡ଼ଘଡ଼ି ଶୁଣାଯାଉଛି, ତେବେ ତାହା ଆଘାତ ଦୂରତା ମଧ୍ୟରେ ରହିଛି। ବର୍ଷା ଠାରୁ ବହୁତ ଦୂରରେ ଥାଇ, ଏପରିକି ଝଡ଼ଠାରୁ ୧୦ ମାଇଲ ଦୂରରେ ମଧ୍ୟ ବଜ୍ରପାତ ଘଟିପାରେ। ସେହିପରି ଗଛ ତଳେ ଆଶ୍ରୟ ନେବା ନିରାପଦ ବୋଲି ରହିଥିବା ଧାରଣାଟି ସବୁଠୁ ଘାତକ। ଗଛଗୁଡ଼ିକ ପ୍ରାୟତଃ ସଂପୃକ୍ତ ଅଞ୍ଚଳର ସବୁଠୁ ଉଚ୍ଚ ବସ୍ତୁ, ଯାହା ବଜ୍ରପାତର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ହୋଇଥାଏ। ଗଛ ଉପରେ ବଜ୍ରପାତ ହେଲେ ତାହା ଭୂମିରେ ବ୍ୟାପିଯାଇ ପାଖରେ ଥିବା ଯେକୌଣସି ବ୍ୟକ୍ତିକୁ ଆଘାତ ଦେଇପାରେ। ବଜ୍ରପାତ ଗୋଟିଏ ସ୍ଥାନକୁ ଦୁଇଥର ଆଘାତ କରିବ ନାହିଁ ବୋଲି ରହିଥିବା ଧାରଣା ମଧ୍ୟ ଭୁଲ୍। ନ୍ୟୁୟର୍କର ଏମ୍ପାୟାର ଷ୍ଟେଟ୍ ବିଲଡିଂରେ ପ୍ରତି ବର୍ଷ ପ୍ରାୟ ୨୩ ଥର ବଜ୍ରପାତ ହୋଇଥାଏ। ଷ୍ଟାଚ୍ୟୁ ଅଫ୍ ଲିବର୍ଟି ମଧ୍ୟ ବହୁବାର ବଜ୍ରପାତର ଶିକାର ହୋଇଛି। ତେବେ ବଜ୍ରପାତକୁ ନେଇ ଭୟଭୀତ ନହୋଇ ଘଡ଼ଘଡ଼ି ଶୁଣିବା ମାତ୍ରେ ଘର ଭିତରେ ଆଶ୍ରୟ ନେବା ସବୁଠୁ ନିରାପଦ।