ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବିଷୟରେ ଏକ ଚକିତ କରିବା ପରି କଥାର ଖୁଲାସା ହୋଇଛି। ଖବରୁ ଜାଣିବାକୁ ମିଳିଛି ଯେ ଗୁଗୁଲ୍ର ସହ-ପ୍ରତିଷ୍ଠାତା ସର୍ଗେଇ ବ୍ରିନ୍ଙ୍କ ପତ୍ନୀଙ୍କର ଏଲନ୍ ମସ୍କଙ୍କ ସହ ପ୍ରେମ ସଂପର୍କ ହେତୁ ଏବେ ଉଭୟ ପତି-ପତ୍ନୀ ନିକୋଲ୍ ସାନ୍ହାନଙ୍କର ଛାଡ଼ପତ୍ର ହେବାକୁ ଯାଉଛି। ସର୍ଗେଇ ବ୍ରିନ୍ ଏଲନ୍ ମସ୍କଙ୍କ କାରଣରୁ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ବୋଲି ଖବର ହସ୍ତଗତ ହୋଇଛି।
୨୦୦୮ ମସିହାରେ ଏଲନ୍ ମସ୍କ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଗୁଗୁଲ୍ର ସହ-ନିର୍ମାତା ସର୍ଗେଇ ବ୍ରିନ୍ ତାଙ୍କୁ ସାହାଯ୍ୟ କରି ତାଙ୍କର ଇଲେକ୍ଟ୍ରିକ୍ କାର୍ କମ୍ପାନୀକୁ ବନ୍ଦ ହୋଇ ଯିବାରୁ ବଞ୍ଚାଇଥିଲେ। ତା’ପରେ ଉଭୟ ମସ୍କ ଓ ବ୍ରିନ୍ ଲମ୍ବା ସମୟ ଧରି ବନ୍ଧୁ ହୋଇ ରହିଥିଲେ। ଉଭୟ ଉଭୟଙ୍କ ପାଖକୁ ଯିବା ଆସିବା କରୁଥିଲେ। ଏହା ଭିତରେ ନିକୋଲ୍ଙ୍କର ମସ୍କଙ୍କ ସହ ପରିଚୟ ହେଲା ଓ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।
ଉଲ୍ଲେଖଯୋଗ୍ୟ, ଟ୍ବିଟର୍ ସହ ହୋଇଥିବା ୪୪ ବିଲିୟନ୍ ରାଜିନାମାରୁ ଗତ କିଛି ଦିନ ତଳେ ଓହରି ଯାଇଛନ୍ତି ଏଲନ୍ ମସ୍କ। ପ୍ରଖ୍ୟାତ ସାମାଜିକ ଗଣମାଧ୍ୟମ କମ୍ପାନି ‘ଟୁଇଟର୍’କୁ ୪୪ ବିଲିୟନ୍ ଡଲାର୍ ବିନିମୟରେ ଖରିଦ କରିବେ ବୋଲି ଏଲନ୍ ମସ୍କ୍ ରାଜିନାମା କରିଥିଲେ। କିନ୍ତୁ, ‘ଟୁଇଟର୍’ ପ୍ଲାଟ୍ଫର୍ମରେ ଥିବା ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ‘ଟୁଇଟର୍’ କମ୍ପାନି ତଥ୍ୟ ନ ଦେବାରୁ ସେ ଉକ୍ତ ରାଜିନାମାରୁ ଓହରି ଯାଇଥିବା ଘୋଷଣା କରିଥିଲେ। ସେଥିପାଇଁ ତାଙ୍କ ନାମରେ ମାମଲା ରୁଜୁ କରିବ ବୋଲି ‘ଟୁଇଟର୍’ ଧମକ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Elon-Musk.jpeg)