କାଲିଫର୍ଣ୍ଣିଆ: ଏଲନ ମସ୍କ, ବିଶ୍ୱର ଜଣେ ଚର୍ଚ୍ଚିତ ଶିଳ୍ପପତି ତଥା ଧନୀ ବ୍ୟକ୍ତି ବି ଭାବରେ ପରିଚିତ | ତାଙ୍କର କମ୍ପାନୀ ଟେସଲା ଓ ସ୍ପେସ ଏକ୍ସ ଆଜି ଯେଉଁ ସ୍ତରରେ ପହଂଚିଛି ଏହା ପଛରେ ଏଲନଙ୍କର କଠିନ ପରିଶ୍ରମ ଓ ଧୈର୍ଯ୍ୟ ରହିଛି | ତେବେ ଏଲନଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହାକି ତାଙ୍କୁ ଜୀବନକୁ ଅଲଗା ଢଙ୍ଗରେ ବଂଚିବାର ପ୍ରେରଣା ଦେଇଥିଲା | ୧୯୯୫ ମସିହାର କଥା |
ନିଜର ସ୍କୁଲ ପାଠପଢା ସାରିବା ପରେ ସେ ଏକ ଇଣ୍ଟରନେଟ କମ୍ପାନୀରେ ଚାକିରି କରିବା ପାଇଁ ଆବେଦନ କରିଥିଲେ | ନେଟସ୍କେପ ନାମକ କମ୍ପାନୀରେ ଯେତେବେଳେ ଏଲନ ଆବେଦନ କରିଥିଲେ, ସେତେବେଳେ ତାଙ୍କୁ ସାକ୍ଷାତକାର ପାଇଁ ଡାକିଥିଲେ | କିନ୍ତୁ ଏଲନ ସ୍ୱଭାବରେ ଲାଜକୁଳା ଥିବାରୁ ଉକ୍ତ କମ୍ପାନୀ ପକ୍ଷରୁ ତାଙ୍କୁ ଚାକିରି ଦିଆଯାଇନଥିଲା |
ଆଉ ଚାକିରି ନ ମିଳିବା ପରେ ସେ ଜିପ-୨ ନାମକ କମ୍ପାନୀ ଆରମ୍ଭ କରିଥିଲେ | ଆଉ ଜିପ-୨ ସଫଳତା ପାଇବା ପରେ ସେ ଟେସଲା ଓ ସ୍ପେସ ଏକ୍ସ କମ୍ପାନୀ ପ୍ରତିଷ୍ଠା କରିଥିଲେ | ଏହି ଘଟଣାକୁ ନେଇ ଏଲନଙ୍କ କହିବା କଥା ଯେ କାହା ସହ କଥା ହେବାକୁ ସେ ଲାଜ କରୁଥିଲେ, ଯେଉଁଥିପାଇଁ ତାଙ୍କୁ ଚାକିରି ମିଳିପାରିନଥିଲା | ତେବେ ଅନ୍ୟ କୌଣସି ଚାକିରି ମିଳିପାରିଥାନ୍ତା, କିନ୍ତୁ ଇଣ୍ଟରନେଟରେ ତାଙ୍କର ସଉକ ଥିବାରୁ ସେ ନେଟସ୍କେପରେ ଆବେଦନ କରିଥିଲେ |