ନୂଆଦିଲ୍ଲୀ:ଏଆଇର ଚାହିଦା ଏହି କିଛିଦିନ ହେବ ବୃଦ୍ଧି ପାଇବାରେ ଲାଗିଛି। ଆର୍ଟିଷ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ କୌଣସି ବି ଫଟୋକୁ ଏଡିଟ କରାଯାଇଥାଏ। ଏହା ଏକ ପ୍ରକାର ସ୍ବପ୍ନର ଦୁନିଆ ବୋଲି କୁହାଯାଉଛି।
ନିକଟରେ ସୋସିଆଲ ମିଡିଆରେ ଜଣେ ଆର୍ଟିଷ୍ଟ ଏଲନ ମସ୍କଙ୍କ ପିଲାଦିନର ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ଏଲନ ମସ୍କ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ବି ଏଲନ ମସ୍କଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭାଇରାଲ ହୋଇଥିବା ଫଟୋରେ ଶିଶୁ ଏଲନ ମସ୍କ ଦେଖିବାକୁ ମିଳୁଛି। ଏହି ଫଟୋକୁ ନେଇ ଏଲନ ମସ୍କ ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟା ଦେଇ ମଜାଳିଆ କଥା ଲେଖିଛନ୍ତି। ଏଲନ ମସ୍କଙ୍କ ବ୍ୟତୀତ ଆର୍ଟିଷ୍ଟ ଅନେକଙ୍କ ଫଟୋକୁ ଏଭଳି ଆଙ୍କିଛନ୍ତି। ଏହି କ୍ରମରେ ଡୋନାଲ୍ଡ ଟ୍ରମ୍ପଙ୍କ ପିଲାଦିନର ଫଟୋକୁ ଦେଖିଲେ ହସ ଲାଗୁଛି।
ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କ ଏଆଇ ଦ୍ବାରା ଅଙ୍କା ଯାଇଥିବା ପିଲାବେଳର ଫଟୋକୁ ଟୁଇଟର ୟୁଜରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ଫଟୋରେ ଏଲନ ମସ୍କଙ୍କୁ ଏକ ଧଳା ଶର୍ଟ ସହିତ ବ୍ରାଉନ ଡୁଙ୍ଗାରି ପିନ୍ଧିଥିବା ପିଲା ଭାବରେ ଦର୍ଶାଯାଇଛି ।
ଏହି ଫଟୋ ଭାଇରାଲ ହେବା ପରେ ଟୁଇଟର ସିଇଓ ଏଲନ ମସ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ବନ୍ଧୁଗଣ, ମୁଁ ଭାବୁଛି ମୁଁ ହୁଏତ କିଛି ଅଧିକ ନେଇ ଯାଇଛି।’
ଏହା ସହିତ ଏଲନ ଏକ ଶିଶୁ ଇମୋଟିକନ ଯୋଡିଥିଲେ।
BREAKING: Elon Musk was reportedly working on some anti aging formula but it got way out of hand pic.twitter.com/uvAkWI3FgT
— Not Jerome Powell (@alifarhat79) June 3, 2023
ସେୟାର ହେବା ପରଠାରୁ ଏହି ଟୁଇଟକୁ ଲକ୍ଷାଧିକ ଥର ଦେଖାଯିବା ସହିତ ଟୁଇଟର ବ୍ୟବହାରକାରୀଙ୍କ ଠାରୁ ମଧ୍ୟ ଅନେକ ପ୍ରତିକ୍ରିୟା ଆସିଛି।