ଦିବ୍ୟାଙ୍ଗଙ୍କ ଅଟୋକୁ ଉଠାଇ ନେଲା ଫା‌ଇନାନ୍ସ କମ୍ପାନି; ହେଲେ ମହାନତା ଦେଖାଇଲେ ପୁଲିସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସକିଲ ଅହମଦ ନାମକ ଜଣେ ଦିବ୍ୟାଙ୍ଗ ଅଟୋ ଚଲାନ୍ତି। ଏହି ଅଟୋ ଚଲାଇ ସେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ଗୁଜୁରାଣ ମେଣ୍ଟିଥାଏ। ତେବେ କରୋନା ମହାମାରୀ ସମୟରେ ଅହମଦଙ୍କ ରୋଜଗାର ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା। ଏହି କାରଣରୁ ସେ ଅଟୋର କିସ୍ତି ଜମା କରି ପାରି ନଥିଲେ। ଏହାପରେ ଫାଇନାନ୍ସ କମ୍ପାନି ଅହମଦଙ୍କ ଅଟୋକୁ ଉଠାଇ ନେଇଥିଲା। ଏଭଳି ସମୟରେ ‌କୋତବାଲି ଇନ୍ସପେକ୍ଟର ଓ ତାଙ୍କର ସହଯୋଗୀମାନେ ମାନବିକତାର ଏକ ପରିଚୟ ଦେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ,ସୂଚନା ମିଳିବା ମାତ୍ରେ ଇନ୍ସପେକ୍ଟର ମହାଦେବ ନାଗୋତିଆ ଏହି ଘଟଣା ବିଷୟରେ ଫାଇନାନ୍ସ କମ୍ପାନି ଅଧିକାରୀଙ୍କ ସହିତ କଥା ହୋଇଥିଲେ। ସେଠାରୁ ଜଣାପଡ଼ିଥିଲା କି ସକିଲ ଉପରେ ୩୫ହଜାର ଟଙ୍କାର କରଜ ଅଛି। କମ୍ପାନି କହିଥିଲା ବକେୟା ଟଙ୍କା ଦେବା ପରେ ଯାଇ ଅଟୋକୁ ନେଇ ପାରିବେ। ଏହାପରେ ଇନ୍ସପେକ୍ଟର ମହାଦେବ କୋତବାଲି ଥାନା କର୍ମଚାରୀଙ୍କ ସହିତ ମିଶି ୩୫ହଜାର ଟଙ୍କା ଏକାଠି କରି ସକିଲଙ୍କ ଅଟୋକୁ ଫା‌ଇନାନ୍ସ କମ୍ପାନିଙ୍କ ଠାରୁ ନେଇ ଆସିଥିଲେ।

ଇନ୍ସପେକ୍ଟର ମହାଦେବ ଲୋକଙ୍କୁ ସାହାଯ୍ୟ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ‌ଲକଡାଉନ ସମୟରେ ସେ ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଛନ୍ତି। ନିକଟରେ ସେ ୫ଟି ଅନାଥଙ୍କ ପିଲାଙ୍କ ନାମରେ ୨୫-୨୫ହଜାର ଟଙ୍କା ଏଫଡି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର