ନୂଆଦିଲ୍ଲୀ: ତାମିଲନାଡୁର ଜଣେ ବନ ଅଧିକାରୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବନଅଧିକାରୀ ଜଣକ ହାତୀର ମୃତ୍ୟୁ ପରେ ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ସେ ଏହି ହାତୀକୁ ପିଲାଦିନୁ ପାଳି ନ ଥିଲେ, କିନ୍ତୁ ଅନେକ ଦିନ ହେବ ତାର ଦେଖାଶୁଣା କରୁଥିଲେ।
ହାତୀର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର ପାଇଁ ନେଇ ଯାଉଥିବା ବେଳେ ସେ ଆଉ ନିଜର କୋହକୁ ଅଟକାଇ ପାରି ନ ଥିଲେ ସେ । ହାତୀ ପ୍ରତି ଥିବା ତାଙ୍କର ଏଭଳି ଦୁର୍ବଳତା ଦେଖି ତାଙ୍କ ସାଥୀରେ ଥିବା ଅନ୍ୟ କର୍ମଚାରୀଙ୍କ ଆଖିରେ ବି ଲୁହ ଭରି ଯାଇଥିଲା।
ଏକ ଅସୁସ୍ଥ ହାତୀକୁ ମୁଦୁମଲାଇ ଟାଇଗର ରିଜର୍ଭର ହାତୀ ଶିବିରକୁ ଆଣାଯାଇଥିଲା। ଏହାପରେ ଅସୁସ୍ଥ ହାତୀଟିର ଦେଖାଶୁଣା କରିବା ପାଇଁ ଏହି ବନ ଅଧିକାରୀଙ୍କୁ ଦାୟିତ୍ବ ମିଳିଥିଲା। ଅନେକ ଦିନ ପର୍ଯ୍ୟନ୍ତ ହାତୀଟିର ଚିକିତ୍ସା ଚାଲିଥିଲା। ହାତୀଟିକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରାଯାଇଥିଲେ ହେଁ ଶେଷରେ ତାର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ଏକ କ୍ରେନ ସାହାଯ୍ୟରେ ହାତୀକୁ ଉଠାଇ ଟ୍ରକରେ ଲଦା ଯାଇଥିଲା।
It’s really moving to see this tearful bid adieu to an elephant by his companion forester at Sadivayal Elephant Camp in Mudumalai Tiger Reserve, Tamil Nadu. #GreenGuards#elephants
VC: @karthisatheespic.twitter.com/xMQNop1YfI— Ramesh Pandey (@rameshpandeyifs) January 20, 2021
ଟ୍ରକରେ ଶୁଆଇ ହାତୀକୁ ଅନ୍ତିମ ସଂସ୍କାର ପାଇଁ ନେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ବନ ଅଧିକାରୀ ଟ୍ରକ ଭିତରୁ ହାତୀର ଶୁଣ୍ଢ ବାହାର କରି ଭୋଭୋ ହୋଇ କାନ୍ଦି ଉଠିଥିଲେ। କେହି ଜଣେ ଆତ୍ମୀୟକୁ ହରାଇ ଥିବାର ଦୁଃଖ ତାଙ୍କ ଚେହେରାରେ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା।
ଏହି ଭିଡିଓ କ୍ଲିପ ସେୟାର କରି ଭାରତୀୟ ବନସେବା ଅଧିକାରୀ ରମେଶ ପାଣ୍ଡେ ଟୁଇଟରରେ ଲେଖିଛନ୍ତି, ତାମିଲନାଡୁର ମୁଦୁମଲାଇ ଟାଇଗର ରିଜର୍ଭରେ ସାଦିଭାୟାଲ ଏଲିଫାଣ୍ଟ କ୍ୟାମ୍ପରେ ବନ ଅଧିକାରୀ ଏକ ହାତୀକୁ କାନ୍ଦିକାନ୍ଦି ବିଦାୟ ଦେଇଛନ୍ତି।