ନୂଆଦିଲ୍ଲୀ: ଏକ କମ୍ପାନୀର ସିଇଓ ଏବଂ ତାଙ୍କ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ସ୍କ୍ରିନ୍ସଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସ୍କ୍ରିନ୍ସଟ୍ରେ ଭାଇରାଲ୍ ହେବା ପରେ ଏହା ଚର୍ଚ୍ଚାର ଏକ ପ୍ରମୁଖ କାରଣ ପାଲଟିଛି।
ଅନ୍ଷ୍ଟପ୍ର ପ୍ରତିଷ୍ଠାତା ତଥା ସିଇଓ ଅଙ୍କିତ ଅଗ୍ରୱାଲ ପରିଚୟ ପ୍ରକାଶ ନକରି ଲିଙ୍କଡଇନରେ ଜଣେ କର୍ମଚାରୀଙ୍କ ସହ ତାଙ୍କ ଚାଟ୍ର ସ୍କ୍ରିନସଟ ସେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପସନ୍ କରି ସେ ଲେଖିଛନ୍ତି, 'ଆଜି ସକାଳୁ ଏହା ମୋ ହ୍ବାଟ୍ସଆପ୍କୁ ଆସିଛି'।
ଚାଟରେ ଦେଖିବାକୁ ମିଳିଛି ଯେ କର୍ମଚାରୀ ଜଣ ଛୁଟି ପାଇଁ ଆବେଦନ କରିଛନ୍ତି। ତାହାର କାରଣ ସେ ବିଳମ୍ବିତ ରାତିରେ ପାର୍ଟି କରିବାକୁ ଚାହୁଁଛନ୍ତି।ଆହୁରି ବି ମଜାଦର କଥା ହେଉଛି ଯେ କର୍ମଚାରୀଙ୍କ ଏପରି ଆବେଦନକୁ ତତ୍କ୍ଷଣାତ ମଞ୍ଜୁରୀ ଦେଇଛନ୍ତି ସିଇଓ।
ଅଙ୍କିତ ଅଗ୍ରୱାଲ ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ ଯେତେବେଳେ ସହକର୍ମୀମାନେ ପରସ୍ପର ସହ ଖୋଲା ଏବଂ ସଚ୍ଚୋଟ ରହିବାକୁ ଉଚିତ ମଣନ୍ତି, ସେତେବେଳେ ଏହା ବିଶ୍ୱାସର ମୂଳଦୁଆ ସୃଷ୍ଟି କରେ। ଯାହା ଉନ୍ନତ ଯୋଗାଯୋଗ, ସହଯୋଗ ଏବଂ ସାମଗ୍ରିକ ସଫଳତା ଆଣିପାରେ।
ସିଇଓଙ୍କ ପ୍ରତିକ୍ରିୟାକୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶଂସା କରିଛନ୍ତି। ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି,‘‘ମୁଁ ମୋ ପୂର୍ବ କାର୍ଯ୍ୟ ଅନୁଭବରୁ କହୁଛି ଯେ ମୋତେ ଛୁଟି ସେବେ ପର୍ଯ୍ୟନ୍ତ ମିଳେନି ଯେବେ ପର୍ଯ୍ୟନ୍ତ ପରିବାରର କେହି ଅସୁସ୍ଥ ନହୁଅନ୍ତି।’’ ଅନ୍ୟ ଜଣେ ଲେଖିଛନ୍ତି, ‘ଅସଲ ଟିମ୍ ଲିଡର୍’।