କାମ କରି ଥକି ଯାଇ ଅଟୋ ପଛରେ ଶୋଇପଡ଼ିଥିବା କର୍ମଚାରୀଙ୍କୁ ଦେଖି ଏଭଳି ପ୍ରତିକ୍ରିୟା ଦେଲେ ସିଇଓ

କାମ କରି ଥକି ଯାଇ ଅଟୋ ପଛରେ ଶୋଇପଡ଼ିଥିବା କର୍ମଚାରୀଙ୍କୁ ଦେଖି ଏଭଳି ପ୍ରତିକ୍ରିୟା ଦେଲେ ସିଇଓ

ନୂଆଦିଲ୍ଲୀ: ବମ୍ବେ ସେଭିଂ କମ୍ପାନିର ସିଇଓ ଶାନ୍ତନୁ ଦେଶପାଣ୍ଡେ ଦିନରାତି କାମ କରୁଥିବା ଜଣେ କର୍ମଚାରୀଙ୍କ ପାଇଁ ପ୍ରଶଂସାରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଶାନ୍ତନୁ ଦେଶପାଣ୍ଡେ ଶୌଙ୍କି ଚୌହ୍ବାନଙ୍କ ଏକ ଫଟୋ ସେୟାର କରି, ତାଙ୍କ ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ଯେ ସେ ହେଉଛନ୍ତି କମ୍ପାନିର 'ହୃଦୟ'।  ସେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଶୌଙ୍କି ଚୌହ୍ବାନ ଅଟୋ ପଛପଟ ସିଟରେ ବସି ଶୋଇପଡ଼ିଥିବାର ନଜର ଆସିଛନ୍ତି।

ବମ୍ବେ ସେଭିଂ କମ୍ପାନିର ସିଇଓ ଶାନ୍ତନୁ ଦେଶପାଣ୍ଡେ ପୋଷ୍ଟରେ ଲେଖିଛନ୍ତି, “ମୁଁ ପ୍ରାୟ ୧୨ ବର୍ଷ ଧରି କାମ କରୁଛି। କାମ କରୁଥିବା ସମୟରେ ମୁଁ ପରିଶ୍ରମୀ ଏବଂ ପ୍ରେରିତ ଲୋକଙ୍କୁ ଦେଖିଛି । ଯେଉଁମାନେ ଦୀର୍ଘ ଘଣ୍ଟା କାମ କରି ସମସ୍ତ ସମ୍ଭବ ଏବଂ ଅସମ୍ଭବ କାମକୁ ସହଜରେ ତୁଲାଇ ଥାଆନ୍ତି। କିନ୍ତୁ ଶୌଙ୍କି ଯେଭଳି ଭାବେ କାମ କରନ୍ତି ମୋତେ ଅନ୍ୟମାନଙ୍କ ଠାରେ ସେମିତି କିଛି ପରିଲକ୍ଷିତ ହୁଏନାହିଁ।

କାଗଜରେ ସେ ଆମର ସେଲ୍ସ ହେଡ୍, କର୍ମଚାରୀ ମୁଖ୍ୟ, ଲୋକ କମିଟି ମୁଖ୍ୟ । କିନ୍ତୁ ବାସ୍ତବ ଜୀବନରେ ସେ ହେଉଛନ୍ତି କମ୍ପାନିର ‘ହୃଦସ୍ପନ୍ଦନ’ । କମ୍ପାନିର ଅସୁବିଧ‌ା ସମୟରେ ତାଙ୍କ ଉପରେ ବିଶ୍ବାସ ରଖି ଦାୟିତ୍ବ ଦିଆଯାଇଥାଏ। ଆଉ ଆଶା ଥ‌ାଏ କି ସେ ଏହି ଅସୁବିଧାର ଶୀଘ୍ର ସମାଧାନ କରିବେ। ସେ ଯେତେବେଳେ ତାଙ୍କ ଗ୍ରାହକଙ୍କ ସହିତ କଥା ହୁଅନ୍ତୁ ଅତ୍ୟନ୍ତ ନିଜର ହୋଇଯାଆନ୍ତି। ତାଙ୍କ ଟିମ ସଦସ୍ୟମାନେ ବି ତାଙ୍କୁ ଅନୁକରଣ କରି କାମ କରୁଥିବା ମୁଁ ଦେଖିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe