ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କ ଯେଉଁଭଳି ଜୀବନଶୈଳୀ ହୋଇଯାଇଛି ସେଥିପାଇଁ ସ୍ବାସ୍ଥ୍ୟଗତ ସମସ୍ୟା ବି ଅଧିକ ମାତ୍ରାରେ ବଢ଼ୁଥିବା ଦେଖିବାକୁ ମିଳୁଛି। ଲୋକେ ଏସବୁକୁ ଔଷଧ ଜରିଆରେ ଭଲ କରିବାକୁ ଚାହୁଁଛନ୍ତି।
ଏଭଳି ସମସ୍ୟାକୁ ନେଇ ନ୍ୟୁରୋଲଜିଷ୍ଟ ଡାକ୍ତର ସୁଧୀର କୁମାର ଏକ ଟୁଇଟ କରିଛନ୍ତି। ଯେଉଁଥିରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କ’ଣ କରିବାକୁ ହେବ ତାହା ସୂଚାଇ ଦେଇଛନ୍ତି।
ଡାକ୍ତର କହିଛନ୍ତି, ‘ପ୍ରତିଦିନ ଆଠଘଣ୍ଟାର ନିଦ୍ରା ସହିତ ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ ଚାଲିବାକୁ ହେବ। କେବଳ ଏତିକି ନୁହେଁ, ଚିନ୍ତାମୁକ୍ତ ରହିବା ସହିତ ଗୁଣବତ୍ତା ଖାଦ୍ୟ ଖାଇବାକୁ ହେବ। କାମ ଚାପ କମ କରିବାକୁ ହେବ। କାମର ଘଣ୍ଟାକୁ ୫୦ ପ୍ରତିଶତ କମ କରି ସୁନିଶ୍ଚିତ କରନ୍ତୁ କି ଜଣେ ଚାକିରି ଖୋଜୁଥିବା ଲୋକଙ୍କୁ ଏହି କାମ ମିଳିଯାଉ।’
35-yr old consulted me today, as he wanted me to prescribe aspirin pill to prevent stroke.
His father aged 60 had recently suffered from stroke (paralysis), and he was concerned about his higher risk of getting stroke in future.
Instead of one pill (aspirin), I prescribed "6… pic.twitter.com/3NzMu9TLBS— Dr Sudhir Kumar MD DM (@hyderabaddoctor) June 10, 2023
ଡାକ୍ତରଙ୍କ ଏହି ପରାମର୍ଶ ଅନେକଙ୍କୁ ଫାଇଦା ଦେଇଛି। ଆଜିକାଲି ଅଧିକାଂଶ ଲୋକଙ୍କୁ ଠିକରେ ନିଦ ହେଉନାହିଁ। ଭଲ ଖାଦ୍ୟ ଖାଉନାହାନ୍ତି। ବିଭିନ୍ନ ଚିନ୍ତା ମୁଣ୍ଡରେ ପୂରାଇବା ସହିତ କାମ ଚାପ ବି ସେମାନଙ୍କର ଅଧିକ ରହିଛି।
ଏଭଳି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଡାକ୍ତରଙ୍କ ପରାମର୍ଶ କି, ମାନସିକ ଚାପ ନିହାତି କମ କରନ୍ତୁ। ଶରୀରକୁ ମେସିନ ଭଳି କାମ କରାନ୍ତୁ ନାହିଁ। ଏମିତି କଲେ ଆଗାମୀ ଦିନରେ ଆପଣଙ୍କୁ ଅନେକ ରୋଗ ମାଡ଼ି ବସିବ।’
ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ନିଜର ଅସୁବିଧାକୁ ବି ବଖାଣିଛନ୍ତି।