ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ନାବିକ୍ (ଡେମୋଷ୍ଟିକ୍ ବ୍ରାଂଚ)ର ପଦବିରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯଦିଓ ପଦବି ସଂଖ୍ୟା ସଂପର୍କିତ ସେଭଳି କୌଣସି ତଥ୍ୟ ଏଯାବତ୍ ହସ୍ତଗତ ହୋଇପାରିନାହିଁ ତେବେ ଆଶାୟୀପ୍ରାର୍ଥୀ ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଆବେଦନ କରିପାରିବେ । ପଦବି ସଂଖ୍ୟା ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ସୂଚନା ମିଳିପାରି ନାହିଁ । ଅଧିକ ସୂଚନା ପାଇଁ ନିଯୁକ୍ତି ସମ୍ବନ୍ଧିତ ବିଜ୍ଞପ୍ତି ଯାଞ୍ଚ କରିପାରିବେ ।
ଯୋଗ୍ୟତା :ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଥିବା ତଥା ଇଚ୍ଛୁକ ଆଶାୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା, ପ୍ରାର୍ଥୀ କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୦ମ ଶ୍ରେଣୀରେ ୫୦ ପ୍ରତିଶତ ମାର୍କ ସହିତ ପାସ କରିଥିବା ଦରକାର ।
ବୟସସୀମା : ଆଶାୟୀପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ରଖାଯାଇଥିବା ବେଳେ ସର୍ବାଧିକ ବୟସ ୨୨ ବର୍ଷ ହୋଇଥିବା ଦରକାର ।
ଦରମା: ମାସିକ ଦରମା ୨୧,୭୦୦ ଟଙ୍କା ।
ଆବେଦନ ଶୁଳ୍କ :ନିଶୁଃଳ୍କ
ଗୁରୁତ୍ୱପୂର୍ଣ୍ଣ ତାରିଖ: ଆଶାୟୀପ୍ରାର୍ଥୀ ଆବେଦନ ୧୪ ଅକ୍ଟୋବରରୁ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୨୯ ଅକ୍ଟୋବର ୨୦୧୮ ।
ଚୟନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀଙ୍କ ଚୟନ ଉଭୟ ଲିଖିତ ଏବଂ ଶାରୀରିକ ତଥା ସ୍ୱାସ୍ଥ୍ୟ ପରିକ୍ଷା ଆଧାରରେ କରାଯିବ ।
କିଭଳି କରିବେ ଆବେଦନ : ଆଶାୟୀପ୍ରାର୍ଥୀ ଇଣ୍ଡିଆନ କୋଷ୍ଟ ଗାର୍ଡର ଆଧିକାରୀକ ୱେବସାଇଟ www.joinindiancoastguard.gov.inକୁ ଯାଇ ଆବେଦନ କରିପାରିବେ ।
ଚାକିରୀ କରିବା ସ୍ଥାନ : ସାରା ଭାରତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Indian-Coast-Guard-800x445.jpg)