ନୂଆଦିଲ୍ଳୀ: ଆମେରିକାର କାଲିଫର୍ଣ୍ଣିଆରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟା ନାବାଳିକାଙ୍କର ବିବାହର ୧୨ ଦିନ ଭିତରେ ମୃତ୍ୟୁ ହୋଇଯାଇଛି। ପରିବାର ଲୋକ ବହୁ ଧୁମ୍‌ଧାମ୍‌ରେ ବାହାଘର ମନାଇଥିବା ବେଳେ ବିବାହର କିଛି ଦିନ ମଧ୍ୟରେ ହିଁ ସେମାନଙ୍କୁ ଶୁଦ୍ଧିକ୍ରିୟା କରିବାକୁ ପଡ଼ିଥିଲା।

Advertisment

ଜାଣିବାକୁ ମିଳିଛି ଯେ ୧୦ ବର୍ଷୀୟା ନାବାଳିକା ଜଣକ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ। ସେ ପିଲାଟିଦିନରୁ ବାହାଘରକୁ ନେଇ ବିଭିନ୍ନ ପ୍ରକାରର ସ୍ବପ୍ନ ଦେଖୁଥିଲେ। ନାବାଳିକାଙ୍କ ନାମ ଥିଲା ଏମା ଏଡବର୍ଡସ୍‌।

ସେ ପିଲାଟି ଦିନରୁ ବାହା ହେବାକୁ ଚିନ୍ତା କରୁଥିବା ବେଳେ ତାଙ୍କ ପ୍ରେମିକ ଡାନିଏଳ୍‌ ମାର୍ସଲ୍‌ କ୍ରିଫୋଟର୍‌ଙ୍କ ସହ ଥରେ ସ୍କୁଲ୍‌ରେ ବାହା ହେବାକ ଚେଷ୍ଟା କରିଥିଲେ। ମାତ୍ର ସ୍କୁଲ୍‌ର ଶିକ୍ଷକ ସେ ଦୁଇ ଜଣଙ୍କୁ ଏପରି କରିବାକୁ ବାରଣ କରିଥିଲେ। ପୁଣି ଜୁନ୍‌ ୨୯ ତାରିଖରେ ପରିବାର ଲୋକ ବଡ଼ ଧୁମ୍‌ଧାମର ସହ ସେମାନଙ୍କ ବିବାହର ଆୟୋଜନ କରାଇଲେ ଏବଂ ଦୁହେଁ ପତି-ପତ୍ନୀ ବନିଗଲେ।

ନ୍ୟୁୟର୍କ ପୋଷ୍ଟ୍‌ର ରିପୋର୍ଟ ମୁତାବକ, ୨୦୨୨ ମସିହା ଏପ୍ରିଲ୍‌ ମାସରେ ଏମା ଜଣେ କର୍କଟ ପୀଡ଼ିତା ବୋଲି ଜଣାପଡ଼ିଲା। ତାଙ୍କ ବାପାମାଆ ଆଶା ରଖିଥିଲେ ଯେ ଏମା କର୍କଟକୁ ହରାଇ ଦେବେ। କାରଣ ତାଙ୍କୁ ପିଲାଙ୍କ ମଧରେ ସାଧାରଣତଃ ଦିଶୁଥିବା ଏକ ରକମର କର୍କଟ ହୋଇଥିଲା, ଯାହାକୁ କି ଅଧିକାଂଶ ପିଲା ହରାଇ ପାରିଛନ୍ତି।

ହେଲେ ଜୁନ୍‌ରେ ସେମାନେ ଜାଣିବାକୁ ପାଇଲେ ଯେ ଏମା ଆଉ ବଞ୍ଚିବେ ନାହିଁ। ତାଙ୍କ ନିକଟରେ ଅଳ୍ପ କେତେ ଦିନ ସମୟ ଅଛି। ସେଥିପାଇଁ ସେମାନେ ଏମ‌ାଙ୍କର ବଡ଼ ଧୁମ୍‌ଧାମରେ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇଦେଲେ। ବିବାହର ୧୨ ଦିନରେ ତାଙ୍କର ମୃତ୍ୟୁ ହୋଇଗଲା।