ଗୁଡ଼ି ଉଡ଼ିବ ଆଉ ବିଦ୍ୟୁତ ପାଇବେ !

ଆପଣ ଦିନେ ନା ଦିନେ ଗୁଡ଼ି ଉଡ଼ାଇଥିବେ | ହେଲେ କେବେ ଭାବିଛନ୍ତି କି ଗୁଡ଼ିରୁ ବି ବିଦ୍ୟୁତ ଶକ୍ତି ମିଳିପାରିବ | ଗୁଡ଼ିରୁ ବି ଅନ୍ଧାରରୁ ଆଲୁଅ ମିଳିପାରିବ | ବିଶ୍ୱାସ ହେଉ ନାହିଁ ନା ! କିନ୍ତୁ ଏହାକୁ କରି ଦେଖାଇଛନ୍ତି ବୈଜ୍ଞାନିକ | ଆଜି ଆମେ ଆପଣଙ୍କୁ ବିଦ୍ୟୁତ ସୃଷ୍ଟି କରୁଥିବା ଗୁଡ଼ି ବାବଦରେ କହିବୁ | ପବନ ଶକ୍ତି ବିଶ୍ୱର ୧୦୦ ପ୍ରତିଶତ ବିଦ୍ୟୁତ ଶକ୍ତି ଭରଣା କରିବାରେ ସକ୍ଷମ ହୋଇଥିଲେ ବି ବର୍ତ୍ତମାନ କେବଳ ୫ ପ୍ରତିଶତ ବିଦ୍ୟୁତ ହିଁ ପବନ କଳରୁ ମିଳିପାରୁଛି | ଆଉ ୨୦୦୬ ମସିହାରେ କିଛି ନୂତନ ଜ୍ଞାନକୌଶଳ ମାଧ୍ୟମରେ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାକୁ ମକାନି ଟେକ୍ନୋଲୋଜି ଗବେଷଣା ଆରମ୍ଭ କରିଥିଲା |

କିଛି ବର୍ଷ ଧରି ପ୍ରଚେଷ୍ଟା କରିବା ପରେ ମକାନି ଟେକ୍ନୋଲୋଜି ୨୦୧୬ ମସିହାରେ କରାଯାଇଥିବା ପ୍ରଥମ ପରୀକ୍ଷଣରେ ବିଦ୍ୟୁତ ଗୁଡ଼ି ୬୦୦ କିଲୋୱାଟ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରିଥିଲା | ଯାହାକି ୩୦୦ ଘରକୁ ଆଲୋକିତ  କରିବାରେ ସକ୍ଷମ ହୋଇପାରିବ | ତେବେ ଏହି ଗୁଡି ଉଡ଼ିବା ପାଇଁ ୮ଟି ପଙ୍ଖା ସାଙ୍ଗକୁ ୧୨୦୦ ଭୋଲ୍ଟର ଏକ ମୋଟର ଲାଗିଥିଲା |

୨୦୧୩ ମସିହାରେ ଏହି କମ୍ପାନୀର ଜଣେ ପ୍ରତିଷ୍ଠାତା ସଦସ୍ୟଙ୍କ ମୃତ୍ୟୁ ହୋଇଯିବା ପରେ ଗୁଗୁଲ ଏକ୍ସ ଏହାକୁ ଅଧିଗ୍ରହଣ କରିଥିଲା | ଏହା ପରେ ବ୍ୟବସାୟିକ ଅଭିବୃଦ୍ଧି କରିବା ପାଇଁ ରୟାଲ ଡଚ ଏହାକୁ ନେଇଥିଲା | ତେବେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଏହାକୁ ପରିଚାଳନା ନ କରିପାରିବାରୁ ଜୁନ ୨୦୨୦ରେ ଏହି କମ୍ପାନୀକୁ ନିଲାମ କରାଯାଇଥିଲା |

ସମ୍ବନ୍ଧିତ ଖବର