ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ବସବାସ କରୁଥିବା ନିଧି ଅଗ୍ରୱାଲ ନିକଟରେ ଏକ୍ସ(ଟୁଇଟର)ରେ ଏକ ‌ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଜଣେ ଅଟୋ ଚାଳକଙ୍କ ସହିତ ତାଙ୍କର ହୋଇଥିବା କଥାକୁ ସେ ସମସ୍ତଙ୍କ ସହିତ ସେୟାର କରିଛନ୍ତି।  ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଅଟୋ ଚାଳକଙ୍କ ଏକ ଫଟୋ ପୋଷ୍ଟ କରି ନିଧି ଅଗ୍ରୱାଲ ଲେଖିଛନ୍ତି, ‘ଆଜି ମୋର ଓଲାକ୍ୟାବ ଅଟୋ ସାଥୀ ଭାସ୍କରଙ୍କ ସହିତ ପରିଚୟ ହୋଇଥିଲା। ସେ ଆଜି ତାଙ୍କର ଥିବା ଇଂରାଜୀ ପରୀକ୍ଷା ଦେଇଛନ୍ତି। ସେ ୧୯୮୫ ମସିହ‌ାରେ ଦଶମଶ୍ରେଣୀ ପାସ କରିଥିବା ବେଳେ ଚଳିତବର୍ଷ ପିୟୁସି ପରୀକ୍ଷା ‌ଦେଇଛନ୍ତି। ଭାସ୍କର ଦୁଇଜଣ ସନ୍ତାନଙ୍କ ବାପା। ତାଙ୍କର ଗୋଟିଏ ସନ୍ତାନ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟଜଣେ ଷଷ୍ଠଶ୍ରେଣୀରେ ପଢ଼ୁଛନ୍ତି।

ମୋର ଯାତ୍ରା ସମୟରେ ଭାସ୍କର କହିଥିଲେ, ସେ ପରିବାର ପାଇଁ ପାଠପଢ଼ା ଛାଡ଼ି ଦେଇଥିଲେ। କିନ୍ତୁ ସବୁବେଳେ ତାଙ୍କର ପାଠପଢ଼ା ପ୍ରତି ଦୁର୍ବଳତା ରହିଥିଲା। ଏହି କ‌ାରଣରୁ ସେ ଅଟୋ ଚଲାଇବା ସହିତ ଉଚ୍ଚଶିକ୍ଷା ପାଇଁ ଉଦ୍ୟମ ଜାରି  ରଖିଛନ୍ତି। ଏଥାପାଇଁ ସେ ଖୁବ ପରିଶ୍ରମ ବି କରୁଛନ୍ତି ବୋଲି କହିଛନ୍ତି।