କରୋନା କାଳରେ ରୋଗୀଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ଯୁବ ଇଞ୍ଜିନିୟର, ତିଆରି କଲେ ବାଇକ ଆମ୍ବୁଲାନ୍ସ 

ଭୋପାଳ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୮୬ ହଜାର ଅତିକ୍ରମ କରି ପୁଣି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଏହି ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲରେ କରୋନାରେ ସଂକ୍ରମିତ ହୋଇ ୪୫ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ମାମଲା ୨୫ଲକ୍ଷ ରହିଛି। ଏହି ମୃତକମାନଙ୍କ ମଧ୍ୟରୁ  କାହାର ମୃତ୍ୟୁ ଚିକିତ୍ସା ପାଇଁ ବେଡ ନମିଳିବାରୁ ତ କାହାର ଆମ୍ବୁଲାନ୍ସ ନମିଳିବାରୁ ତ ପୁଣି କାହାର ଅକ୍ସିଜେନ ଅଭାବରୁ ହୋଇଥିବା ରିପୋର୍ଟ ମିଳିଛି।

ତେବେ ଏସବୁ ଅସୁବିଧା ଓ କଷ୍ଟକୁ ଦେଖି ଅନେକ ଲୋକ ନିଜ ସାମର୍ଥ୍ୟ ଅନୁସାରେ କରୋନା ରୋଗୀଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଏହି କ୍ରମରେ ଜଣେ ଯୁବ ଇଞ୍ଜିନିୟର ବି ସାମିଲ ହୋଇଛନ୍ତି। ଯାହାଙ୍କ ନାମ ଅଜିଜ ଖାନ। ସେ ଏହି କରୋନା କାଳରେ ନିଜ ଦ୍ବାରା ଯେତିକି ସମ୍ଭବ ହୋଇ ପାରିବ ‌କରୋନା ରୋଗୀଙ୍କ ସାହାଯ୍ୟ କରିବେ ବୋଲି ଅଣ୍ଟା ଭିଡିଥିଲେ।

MP Engineer attaches hospital bed, oxygen cylinder to his bike, creates 'Jugaad Ambulance' to help community | viral News | Zee News

ଏହାପରେ ରୋଗୀଙ୍କୁ ସାହାଯ୍ୟ ପାଇଁ ଅଜିଜ ଆରମ୍ଭ କରିଥିଲେ ତାଙ୍କର ଏକ ଭିନ୍ନ ପ୍ରୟାସ। ନିଜର ବୁଦ୍ଧି ଓ କୌଶଳ ବଳରେ ସେ ଏକ ବାଇକକୁ ଆମ୍ବୁଲାନ୍ସରେ ପରିଣତ କରିଥିଲେ। ଏହି ଆମ୍ବୁଲାନ୍ସ ତିଆରି କରିବାରେ ଅଜିଜଙ୍କୁ ୨୦ରୁ ୨୫ହଜାର ଟଙ୍କା ପାଖାପାଖି ଖର୍ଚ୍ଚ କରିବାକୁ ପଡ଼ିଥିଲା।

ତେବେ ଅଜିଜଙ୍କ ଏହି ବାଇକ ଆମ୍ବୁଲାନ୍ସର ବିଶେଷତ୍ବ ହେଉଛି, ଏଥିରେ ହସ୍ପିଟାଲରେ ବ୍ୟବହାର କରାଯାଉଥିବା ବେଡ ଲଗାଯାଇଛି। ଯେଉଁଥିରେ ରୋଗୀଙ୍କୁ ନେବା ଆଣିବା କରିବା ସହଜ ହୋଇପାରିବ। ଏହି ବାଇକ ଆମ୍ବୁଲାନ୍ସରେ ଖଞ୍ଜା ଯାଇଥିବା ଅକ୍ସି‌ଜେନ ସିଲିଣ୍ଡରରୁ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ମଧ୍ୟ ଯୋଗାଇ ଦିଆଯାଇ ପାରିବ।

ସମ୍ବନ୍ଧିତ ଖବର