ନର୍ଦ୍ଦମା ପାଣିରୁ ଗ୍ୟାସ ବାହାର କଲେ ଇଂଜିନିୟରିଂ ଯୁବକ, ଚାରିଗୁଣ ହେଲା ଆୟ

ଗାଜିଆବାଦ: ମେକାନିକାଲ ଇଂଜିନିୟର ହେବାର ଏକ ବଡ ସ୍ବପ୍ନ ଦେଖି ଉତ୍ତରପ୍ରଦେଶ କାନପୁରରୁ ଗାଜିଆବାଦକୁ ପାଠ ପଢିବାକୁ ଆସିଥିଲେ ଅଭିଷେକ | ହେଲେ ହଷ୍ଟେଲ ପାଖରେ ବୋହିଯାଉଥିଲା ଏକ ବଡ ନର୍ଦ୍ଦମା | ପୁରା ଗାଜିଆବାଦ ସହରର ଅପରିଷ୍କାର ପାଣି ଏହି ନାଳ ଦେଇ ଯାଉଥିବାବେଳେ ଖୋଲା ନାଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଥିଲା | ଛୋଟବେଳୁ ବୈଜ୍ଞାନିକ ହେବାର ଇଚ୍ଛା ନେଇ ଆସିଥିବା ଅଭିଷେକଙ୍କୁ ଏହି ଦୃଶ୍ୟ ବେଶ ବାଧିଥିଲା |

Photo Courtesy: thebetterindia

ତେବେ ଏହି ନର୍ଦ୍ଦମାକୁ ସବୁଦିନ ଯାଇ ଦେଖୁଥିଲେ | କିଭଳି ସମାଧାନ କରିବେ ଏହି ସମସ୍ୟା | ଗୋଟିଏ ଦିନ ଏହି ନାଳରୁ ଫୋଟକା ସୃଷ୍ଟି ହେଉଥିବାର ଦେଖିଥିଲେ ଅଭିଷେକ | ବିଜ୍ଞାନୀ ମନ କେମିତି ବା ନିରବ ରହିବ | ମନେପଡ଼ିଲା ପାଠ ବହିର ଶିକ୍ଷା | କାର୍ବୋନିକ ଆବର୍ଜନାରୁ ବି ଶକ୍ତି ବାହାରିହେବ ମନେପଡ଼ିଲା | ତୁରନ୍ତ ନିଜ ସାଙ୍ଗ ଅଭିନେନ୍ଦ୍ର ବିନ୍ଦ୍ରାଙ୍କୁ ଏ ବାବଦରେ କହିଥିଲେ ଅଭିଷେକ | ଦୁଇ ସାଙ୍ଗ ମିଶି ଏହି ପାଣିର ନମୁନା ସଂଗ୍ରହ କଲେ | ଏହାପରେ ଆଇଆଇଟି ଦିଲ୍ଲୀକୁ ପରୀକ୍ଷା ପାଇଁ ପଠାଇଲେ | ପରୀକ୍ଷାରୁ ଜଣାପଡିଲା ଏହି କାର୍ବୋନିକ ଆବର୍ଜନାରେ ଭରି ରହିଛି ମିଥେନ, ଯାହାକି ଜଳିପାରିବ |

Photo-Betterindia

ଏହାପରେ ଆଉ ହଷ୍ଟେଲ ରୁମରେ ନ ବସି ଏକ ପ୍ରକଳ୍ପ ନିର୍ମାଣ କରିବାରେ ଲାଗିପଡ଼ିଲେ | ସରିଗଲା ପ୍ରକଳ୍ପ କାର୍ଯ୍ୟ, ଏହାପରେ ଏଥିରୁ ବାହାରୁଥିବା ଗ୍ୟାସକୁ ନିକଟରେ ଥିବା ରାମୁ ଚା ଦୋକାନୀଙ୍କୁ ଯୋଗାଇ ଦେଇଥିଲେ ଏହି ଦୁଇ ଯୁବକ | ରାମୁ ମଧ୍ୟ ଦୁଇ ମେଧାବୀଙ୍କୁ ଏଭଳି ସାହାଯ୍ୟରେ ଖୁସିରେ ଅଧୀର ହୋଇ ବ୍ୟବହାର କଲେ | ଏଲପିଜି ଗ୍ୟାସ ହଟାଇ ମିଥେନ ଗ୍ୟାସକୁ ବ୍ୟବହାର କଲେ | ଏବେ ରାମୁଙ୍କ ଆୟ ଚାରିଗୁଣ ବଢିଯାଇଛି | ବିନା କୌଣସି ଇନ୍ଧନ ଖର୍ଚ୍ଚରେ ଏବେ ଚା ଦୋକାନ ଚାଲିଛି |

Photo-Betterindia

ଅଭିଷେକ କହିଛନ୍ତି ଯେ ନାଳ ପାଣିରେ ୬ଟି ଲୁହ ଡ୍ରମକୁ ବୁଡ଼ାଯାଇଛି | ଏଥିରୁ ୬୦ରୁ ୭୦ ପ୍ରତିଶତ ମିଥେନ ଗ୍ୟାସ ବାହାରିଥାଏ | ପ୍ରତିଟି ୟୁନିଟ ପିଛା ୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୦ ଲିଟର ଗ୍ୟାସ ବାହାରୁଛି | ଗ୍ୟାସକୁ ରାମୁଙ୍କ ଚୁଲା ସହ ଯୋଡି ଦିଆଯାଇଛି | ଏବେ ରାମୁ ଚା ଦୋକାନ ଜବରଦସ୍ତ ଚାଲିଥିବାବେଳେ ଏହି ଦୁଇ ମେକାନିକାଲ ଇଂଜିନିୟରଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରାଯାଉଛି

ସମ୍ବନ୍ଧିତ ଖବର