ସହାରନପୁର: ପ୍ରତିଦିନ ଜୀବନ ବଞ୍ଚିବା ଶୈଳୀକୁ ଅଧିକ ସୁବିଧାଜନକ କରିବା ପାଇଁ ବିଭିନ୍ନ ପ୍ରକାରର ଆପ୍ ବାହାର କରାଯାଉଛି । ଆଗରୁ ଆପଣ ଅନେକ ସୋସିଆଲ ମିଡ଼ିଆ ଆପ୍ ବିଷୟରେ ଶୁଣିଥିବେ । କିନ୍ତୁ ଆପ୍ ମାଧ୍ୟମରେ କନ୍ୟାଦାନ ସେ ବିଷୟରେ ଶୁଣିଥିଲେ କି? ଆଜ୍ଞା ହଁ ! ସହାରନପୁରର ଜନପଦରେ ଜଣେ ମହିଳା ଏବେ ନିଜ ଆବିଷ୍କାରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏମିତି ଏକ ଆପ୍ ଯାହା ଦ୍ୱାରା କନ୍ୟାଦାନ ମଧ୍ୟ କରାଯାଇ ପାରିବ ସେଭଳି ଏକ ଭିନ୍ନ ଧରଣର ଆପ୍କୁ ତିଆରି କରିଛନ୍ତି ଅନୁ ପଓ୍ଵାର । ବିବାହ ପରେ ଶାଶୁଘର ଗାଁ ବିଷୟରେ ସମସ୍ତ ବିବରଣୀକୁ ଉପଲବ୍ଧ କରାଇବା ଏବଂ ଗାଁର ଉନ୍ନତି ପାଇଁ ସେ ଏକ ଆପ୍ ବାହାର କରିଥିଲେ । ଏବେ ସେହି ଆପ୍ ମାଧ୍ୟମରେ ଗରିବ ଯୁବତୀମାନଙ୍କର ବିବାହ ମଧ୍ୟ କରାଯାଉଥିବା ଜଣା ପଡ଼ିଛି । ଏହି ଆପ୍ ମାଧ୍ୟମରେ ବିବାହର ନିମନ୍ତ୍ରଣ କାର୍ଡ଼ ସେୟାର କରାଯାଇ ଲୋକମାନଙ୍କୁ ବିବାହ ପାଇଁ ଟଙ୍କା ସାହାଯ୍ୟ କରିବା ପାଇଁ କୁହାଯାଇଥାଏ । ଏହି ଆପ୍ ମାଧ୍ୟମରେ ଏପରି ସୁବିଧା ରହିଛି । ଯାହା ମାଧ୍ୟମରେ ବାହାରେ ରହୁଥିବା ଲୋକ ଚାହିଁଲେ ମଧ୍ୟ ଟଙ୍କା ପଠାଇ ପାରିବେ ।
/sambad/media/post_attachments/wp-content/uploads/2018/06/apps3-1529569549-300x225.jpg)
ଏହି ଆପ୍ ମାଧ୍ୟମରେ ଯେଉଁମାନଙ୍କ ପାଖରେ ନିଜ ଝିଅକୁ ବାହା କରିବା ପାଇଁ ଯଥେଷ୍ଟ ଟଙ୍କା ନାହିଁ ସେମାନଙ୍କୁ ସାହାଯ୍ୟ ମିଳି ପାରୁଛି । ଏହି ଆପ୍ ମାଧ୍ୟମରେ ଲୋକମାନେ ଦାନ କରୁଥିବା ଟଙ୍କାକୁ ଗରିବ ଯୁବତୀମାନଙ୍କ ବିବାହ କାର୍ଯ୍ୟରେ ଲଗାଯାଉଛି । ଏମିତି କରିବାର ଭାବନା କିପରି ଆସିଲା ବୋଲି ପଚରାଯିବା ପରେ, ଥରେ ଜଣେ ବ୍ୟକ୍ତି ନିଜ ଝିଅର ବିବାହ କାର୍ଡ଼ ନେଇ ଆମ ଘରକୁ ଆସିଥିଲେ । ସେ ସମୟରେ ସେ ନିଜର ଅସ୍ୱଚ୍ଛଳ ଆର୍ଥିକ ଅବସ୍ଥା ବିଷୟରେ ଜଣାଇଥିଲେ । ଏହା ପରେ ମୁଁ ଏହି ଆପ୍ ମାଧ୍ୟମରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଭାବିଥିଲି । ପରେ ମୁଁ କନ୍ୟାର ଭାଇ ନମ୍ବର ଆଣି ଆପ୍ରେ ସେୟାର କରିଥିଲି । ଏହା ପରେ ଆପ୍ ସହ ଜଡ଼ିତ ସବୁ ଲୋକ କିଛି କିଛି ଟଙ୍କା ଦାନ କରିଥିଲେ । ପ୍ରଥମଟି ସଫଳ ହେବା ପରେ ମୁଁ ଏହାକୁ ଆଗକୁ ବଢ଼ାଇବା ପାଇଁ ଭାବିଥିଲି ବୋଲି କହିଥିଲେ ଅନୁ ପାଓ୍ଵାର ।