ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ଚୁଡ଼ି/ବ୍ରେସଲେଟ ବିକ୍ରି କରୁଥିବା ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି। ମହିଳା ବିକାଳିଙ୍କ ଭିଡିଓ ଭାଇରାଲ ହେବାର କାରଣ ତାଙ୍କର ଇଂରାଜୀ କହିବାର ଶୈଳୀ ରହିଛି। ମହିଳାଙ୍କ ଇଂରାଜୀକୁ ଯିଏ ବି ଶୁଣୁଛନ୍ତି ସେ ଖୁସି ହୋଇଯାଉଛନ୍ତି।
ଏହି ଭିଡିଓଟି ଗୋଆର ଭ୍ୟାଗେଟର୍ ବିଚର ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓର କ୍ୟାପସନରେ ଲେଖାହୋଇଛି,‘ସେ କହିଛନ୍ତି, ଜୀବନ ଯେମିତି ହେଉନା କାହିଁକି ଭାଇ ତାକୁ ଖୁସିରେ ବଞ୍ଚିବା ଦରକାର।’
View this post on Instagram
ଭିଡିଓରେ ମହିଳା ଜଣକ କେବେ ଠାରୁ ଏହି ବ୍ରେସଲେଟ ଓ ଚୁଡ଼ି ବ୍ୟବସାୟ କରିବା ଆରମ୍ଭ କରିଛନ୍ତି ତାହାକୁ କହିବା ସହିତ କରୋନା ପରଠାରୁ ସମୁଦ୍ର ତଟରେ ହୋଇଥିବା ପରିବର୍ତ୍ତନକୁ ସେ ଇଂରାଜୀରେ ବଖାଣିଥିଲେ। ଯାହାକୁ ଶୁଣିବା ପରେ ତାଙ୍କ ପାଖଆଖରେ ଥିବା ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ କେହି ତାଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ଏହି ମହିଳା ବିକାଳି ଜଣକ ଭାଇରାଲ ହୋଇଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/4c37f51e-bf88-4814-a680-2b3397447d33.jpg)