ନୂଆଦିଲ୍ଲୀ: ଯିଏ ଯେକୌଣସି ପରିସ୍ଥିତିରେ ଥାଉ ନା କାହିଁକି ଇଚ୍ଛା ଓ ଆତ୍ମବିଶ୍ବାସ ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ। ନିକଟରେ ଗ୍ରାମରେ ବସବାସ କରୁଥିବା ଜଣେ ମହିଳା ବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି।

Advertisment

ଉକ୍ତ ମହିଳାଙ୍କ ନାମ ଯୋଶୋଦା ଲୋଧି, ଯିଏକି ଉତ୍ତରପ୍ରଦେଶର ସିରାଥୁରେ ବସବାସ କରନ୍ତି। ଯୋଶୋଦା ମାତ୍ର ଦ୍ବାଦଶଶ୍ରେଣୀ ଯାଏଁ ପାଠପଢ଼ିଛନ୍ତି। ଏହା ସତ୍ତ୍ବେ ବି ଖୁବ ସ୍ପଷ୍ଟ ଭାବେ ସେ ଇଂରାଜୀ କହି ପାରୁଛନ୍ତି। କେବଳ ଏତିକି ନୁହେଁ ସେ ପିଲାଙ୍କୁ ଭିଡିଓ ଜରିଆରେ ଇଂରାଜୀ ବି ଶିଖାଉଛନ୍ତି।

ଯଶୋଦାଙ୍କ ଚାନେଲ ନାମ ‘ଇଂଲିଶ ବିଧି ଦେହାତି ମ୍ୟାଡମ’ ରହିଛି। ଏଥିରେ ସେ ପିଲାଙ୍କୁ ଇଂରାଜୀ କହୁଥିବା ଶିଖାଉଛନ୍ତି। ତାଙ୍କର ଇଂରାଜୀ କହିବା ଓ ଶିଖାଇବା ଶୈଳୀ ଲୋକଙ୍କୁ ବେଶ ପସନ୍ଦ ବି ଆସୁଛି।

ଯୋଶଦା ନିଜର ଏହି ଯାତ୍ରାକୁ ନେଇ କହିଛନ୍ତି, ‘ସୋସିଆଲ ମିଡିଆ ହେଉଛି ମୋ ଗୁରୁ। ମୁଁ ଏହା ଜରିଆରେ ଧୀରେଧୀରେ ଇଂରାଜୀ କହିବା ଶିଖିଛି। ଆଉ ‌ଏବେ ପିଲା କିଭଳି ସହଜ ଓ ସରଳରେ ଇଂରାଜୀ ଶିଖିବେ ତାହା ହେଉଛି ମୋ ଲକ୍ଷ୍ୟ।