ନୂଆଦିଲ୍ଲୀ: କାଶ୍ମୀରର ଜଣେ ବୃଦ୍ଧ ମହିଳାଙ୍କ ୩୬ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ଟ୍ୱିଟର ବ୍ୟତୀତ ଏହି ଭିଡିଓ ହ୍ବାଟସ ଆପ ଏବଂ ଫେସବୁକ୍ ପରି ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଭାଇରାଲ୍ ହେଉଛି। ଏହି ଭିଡିଓକୁ ସଏଦ ଏସ ଶାହା ଟ୍ୱିଟରରେ ସେୟାର କରିଛନ୍ତି।
ଭିଡିଓରେ ଯୁବକ ଜଣକ କାଶ୍ମୀର ଭାଷାରେ କିଛି ଫଳ, ପନିପରିବା ଏବଂ ପଶୁମାନଙ୍କର ନାମ କହୁଛନ୍ତି। ଆଉ ପାରମ୍ପାରିକ ପୋଷାକରେ ଥିବା ଜଣେ ବୃଦ୍ଧ ମହିଳାଙ୍କୁ ଯୁବକ ଇଂରାଜୀରେ ଉକ୍ତ ଫଳ ଓ ପନିପରିବାକୁ କହିବାକୁ କହୁଛନ୍ତି।
ଯଦିଓ ପ୍ରଥମେ ବୃଦ୍ଧା ଜଣକ ବିଲେଇକୁ ଇଂରାଜୀରେ କ’ଣ କହନ୍ତି ବୋଲି ଦ୍ବନ୍ଦ୍ବରେ ଥିବା ବେଳେ କିଛି ସମୟରେ ବିଲେଇକୁ ଇଂରାଜୀରେ କ୍ୟାଟ ବୋଲି କହନ୍ତି କହୁଛନ୍ତି। ପରେ ପରେ ଇଂରାଜୀରେ ପିଆଜ, ରସୁଣ ଓ କୁକୁରକୁ କ’ଣ କୁହନ୍ତି ବୋଲି କହୁଛନ୍ତି।
The circle of life ! 💜
They taught us how to talk when we were babies and how the turntables ! What is even more wholesome is that learning is a consistent process in life ! 💫 pic.twitter.com/NxQ7EHjAwZ— Syed Sleet Shah (@Sleet_Shah) February 14, 2022
ତେବେ ଉକ୍ତ ବୃଦ୍ଧା ଜଣକଙ୍କ ନାମ ଓ ସେ କେଉଁ ଅଞ୍ଚଳର ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।