ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶିକ୍ଷା ବ୍ୟବସ୍ଥା କେତେ ଦୁର୍ବଳ ହୋଇ ରହିଛି, ତାହା ଭାଇରାଲ ହେଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ସ୍କୁଲରେ ପିଲାମାନଙ୍କୁ ଇଂରାଜୀ ପଢ଼ାଇବା ପାଇଁ ଚାକିରି ପାଇଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଇଂରାଜୀ ପଢ଼ି ନ ଆସିବା ଭଳି ଅଭାବନୀୟ ଘଟଣା ଉନ୍ନାଓ ଜିଲ୍ଲାର ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଦେଖାଯାଇଛି କି, ଉନ୍ନାଓ ଜିଲ୍ଲାର ଜିଲ୍ଲା ଅଧିକାରୀ ହଠାତ୍ ସ୍କୁଲରେ ପହଞ୍ଚି ଜଣେ ଶିକ୍ଷୟିତ୍ରୀଙ୍କୁ ଇଂରାଜୀ ବହିର କିଛି ଧାଡ଼ି ପଢ଼ିବାକୁ କହୁଛନ୍ତି।
#WATCH Unnao: An English teacher fails to read a few lines of the language from a book after the District Magistrate, Devendra Kumar Pandey, asked her to read during an inspection of a govt school in Sikandarpur Sarausi. (28.11) pic.twitter.com/wAVZSKCIMS
— ANI UP (@ANINewsUP) November 30, 2019
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି କି, ଜିଲ୍ଲା ଅଧିକାରୀ ଦେବେନ୍ଦ୍ର କୁମାର ପାଣ୍ଡେ ଛାତ୍ର-ଛାତ୍ରୀଙ୍କୁ ପଢ଼ାଯାଉଥିବା ଏକ ବହି ଆଣି ପାଖରେ ଠିଆ ହୋଇଥିବା ଶିକ୍ଷୟିତ୍ରୀଙ୍କୁ ପଢ଼ିବା ପାଇଁ କହୁଛନ୍ତି। ଯାହା ପରେ ଶିକ୍ଷୟିତ୍ରୀଜଣଙ୍କ ଠିକ୍ ଭାବରେ ଇଂରାଜୀ ପଢ଼ି ପାରୁ ନାହାନ୍ତି। ଏହା ଦେଖି ତୁରନ୍ତୁ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବା ଉଚିତ୍। ଜଣେ ଇଂରାଜୀ ଶିକ୍ଷୟିତ୍ରୀ ହୋଇ ମଧ୍ୟ ସେ ଇଂରାଜୀ ଠିକ୍ ଭାବରେ ପଢ଼ି ପାରୁ ନାହାନ୍ତି ବୋଲି କହୁଛନ୍ତି ଦେବେନ୍ଦ୍ର କୁମାର ପାଣ୍ଡେ । ଯାହା ପରେ ଶିକ୍ଷୟତ୍ରୀଜଣଙ୍କ ନିଜକୁ ସମର୍ଥନ ଜଣାଇ କିଛି କହିବା ପରେ ଦେବେନ୍ଦ୍ର କୁମାର ପାଣ୍ଡେ କହୁଛନ୍ତି କି, ସେଇଠୁ କ’ଣ ହେଲା? ତୁମେ କଳାରେ ସ୍ନାତକ କରିଛ। ମୁଁ ତୁମକୁ ଅନୁବାଦ ମଧ୍ୟ କରିବାକୁ କହି ନାହିଁ, କେବଳ ଧାଡ଼ିଏ ପଢ଼ିବାକୁ କହିଥିଲି। ଯାହାକୁ ତୁମେ ଠିକ୍ ଭାବରେ ପଢ଼ି ପାରିଲ ନାହିଁ। ଏହି ଘଟଣା ପରେ ବେସିକ୍ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଇ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବାକୁ କହିଛନ୍ତି ଜିଲ୍ଲା ଅଧିକାରୀ ଦେବେନ୍ଦ୍ର କୁମାର ପାଣ୍ଡେ।