କିଛି ବି କାମ ଛୋଟ ନୁହେଁ! ଶିକ୍ଷକଙ୍କୁ କଡ଼େଇ ମୁଣ୍ଡାଇବା ପାଇଁ ବାଧ୍ୟ କରିଦେଲା କରୋନା

କୋଝିକୋଡ୍‌: କରୋନା ଭାଇରସ୍‌ କେବଳ ଏକ ମହାମାରୀ ଭୂତାଣୁ ନୁହେଁ, ବରଂ ଏହା ଲୋକଙ୍କ ବଞ୍ଚିବା କଷ୍ଟ କରି ଦେଇଛି। ଅନେକ ଲୋକ ନିଜ ନିଜର ଚାକିରି ହରାଇବା ପରେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛନ୍ତି। ଏପରି ଏକ ଖରାପ ସମୟରେ ଅସୁବିଧାର ସମ୍ମୁଖୀନ ହୋଇ ସିମେଣ୍ଟ୍‌-ବାଲି କଡ଼େଇକୁ ମୁଣ୍ଡରେ ବୋହିଛନ୍ତି ଜଣେ ଇଂରାଜୀ ଶିକ୍ଷକ।

ଶିକ୍ଷକ ଜଣକ ହେଉଛନ୍ତି ଭେଦକରସ୍ଥିତ ଓଞ୍ଚିୟମ୍‌ର ପଲେରି ମିଥାଲ୍‌ ବାବୁ(୫୫)। ଜୀବନ ଯାକ ପିଲାଙ୍କୁ ପାଠ ପଢ଼ାଇ ଆସିଥିବା ଏହି ଶିକ୍ଷକ ଜଣକ ଏବେ ବଞ୍ଚିବା ପାଇଁ ନିଜେ ନୂଆ ଏକ ଦକ୍ଷତାକୁ ଶିକ୍ଷା ଲାଭ କରିବାକୁ ଚେଷ୍ଟା କରୁଛନ୍ତି। ଦୀର୍ଘ ୩୦ ବର୍ଷ ଧରି ପିଲାଙ୍କୁ ପଦ୍ୟ ଓ ଗତ୍ୟର ପାଠ ପଢ଼ାଇ ଆସିଥିବା ଏହି ଶିକ୍ଷକ ଜଣକ ନିଜ ମୁଣ୍ଡରେ କଢ଼େଇ ମୁଣ୍ଡେଇ ଜୀବନ ଆଗରେ ପରୀକ୍ଷା ଦେବାକୁ ବାହାରିଛନ୍ତି।

www.newindianexpress.com

ସେ କହନ୍ତି, ‘କେବେ କଲେଜ ଖୋଲିବ ବୋଲି ଭାବି ମୁଁ ଅପେକ୍ଷାରେ ରହିପାରିବି ନାହିଁ। ମୋର ଏକ ପରିବାର ଅଛି, ସେହି ପରିବାରର ପେଟ ମୋତେ ପୋଷିବାର ଅଛି। ସେ ଏକ କନ୍‌ଷ୍ଟ୍ରକ୍‌ସନ ସାଇଟ୍‌ରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦିନକ ପାରିଶ୍ରମିକ ୭୫୦ ଟଙ୍କାରେ କାମ କରୁଛନ୍ତି।

ସେ ଭେଦକରରେ ଥିବା ପାରାଲାଲ୍‌ କଲେଜ୍‌ରେ ଅଧ୍ୟାପନା କରୁଥିଲେ। ତାଙ୍କ ସହ ‌ଯାହା ହୋଇଛି କଲେଜ୍‌ର ଅନ୍ୟ ଅଧ୍ୟାପକଙ୍କ ସହ ବି ସମାନ ଘଟିଛି। ମାତ୍ର ସମସ୍ତଙ୍କ ପରି ହାତ ଉପରେ ହାତ ପକାଇ କଲେଜ୍‌ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଜୀବନ ନିର୍ବାହ ପାଇଁ କୌଣସି ବି ଧନ୍ଦା ଆପଣାଇ ଚର୍ଚ୍ଚା ପାଲଟିଛନ୍ତି ମିଥାଲ୍‌ ବାବାୁ।

ସମ୍ବନ୍ଧିତ ଖବର